ଏପ୍ରିଲରେ ଅମାନିଆଙ୍କଠାରୁ ଆଦାୟ ହୋଇଛି କୋଟିରୁ ଅଧିକ ଫାଇନ୍

ଭୁବନେଶ୍ଵର : ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପୋଲିସ ଡିଜି ଅଭୟ ଲୋକଙ୍କୁ ସଚେତନ କରିଛନ୍ତି। ସଂକ୍ରମଣ ଏଡାଇବାକୁ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଆଉ କହିଛନ୍ତି ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ପାଳନ କରନ୍ତୁ। ଏହା ନକଲେ ଆମେ କଦାପି କରୋନା ସଂକ୍ରମଣକୁ ରୋକି ପାରିବା ନାହିଁ।

ଗୁରୁବାର ଗଣମାଧମକୁ ସୂଚନା ଦେଇ ଡିଜିପି କହିଛନ୍ତି ରାଜ୍ୟରେ କରୋନା କଟକଣା ଉଲଂଘନ କରିଥିବା ଅମାନିଆଙ୍କଠାରୁ ପୋଲିସ ଫାଇନ୍ ଆଦାୟ କରୁଛି। ଚଳିତ ଏପ୍ରିଲ ମାସରେ ମାସ୍କ ନପିନ୍ଧିଥିବାରୁ ଦେଢ ଲକ୍ଷ ଲୋକ ଫାଇନ୍ ଦେଇଛନ୍ତି। ପୋଲିସ ଏ ବାବଦରେ ମୋଟ ୫ କୋଟି ୨୪ ଲକ୍ଷ ଟଙ୍କା ଫାଇନ୍ ଆଦାୟ କରିଛି। ତେବେ ଅମାନିଆଙ୍କୁ ଧରିବା ପୋଲିସକୁ ଦୁଃଖ ଦେଉଛି। ତେଣୁ ଲୋକମାନେ ସଚେତନ ହେବା ସହିତ ନିୟମ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

ସେହିପରି ମାସ୍କ ଓ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବାରୁ ରାଜ୍ୟର ୩ ଶହ ଦୋକାନକୁ ସିଲ୍ ସହିତ ୪୧୮ ଜଣଙ୍କୁ ଗିରଫ କରାଯାଇଛି। ୧୮ ହଜାର ଗାଡି ସିଜ୍ ହୋଇଛି। ସବୁପରେ ଲୋକମାନେ କୋଭିଡ୍ ନିୟମ ପାଳନ କରିବା ସହିତ ସତର୍କ ଓ ସଚେତନ ରହିବାକୁ ଡିଜିପି ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button