ଏପ୍ରିଲରେ କରୋନା ନେଇଛି ୪୫ ହଜାର ଜୀବନ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ମୃତ୍ୟୁ ସଂଖ୍ୟା ମଧ୍ୟ ସୃଷ୍ଟି କରିଛି ରେକର୍ଡ। କେବଳ ଏପ୍ରିଲ ମାସରେ ମହାମାରୀ କରୋନା ଭାଇରସ ପ୍ରାୟ ୪୫ ହଜାର ଲୋକଙ୍କ ଜୀବନ ନେଇଛି। ଏହି ସମୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫ ଲକ୍ଷକୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ ଏପ୍ରିଲ ପହିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଥିଲା ୧ କୋଟି ୨୩ ଲକ୍ଷ ୨ ହଜାର ୧୧୫। ମୃତ୍ୟୁ ବରଣ କରିଥିଲେ ମୋଟ ୧ ଲକ୍ଷ ୬୩ ହଜାର ୪୨୮ ଜଣ। ସକ୍ରିୟ ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ୧୦ ହଜାର ୯୨୯ରେ ପହଞ୍ଚିଥିଲା। ଏପ୍ରିଲ ୩୦ ଅର୍ଥାତ ଆଜିକୁ ମିଶାଇ ଆକଳନ କଲେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୫୪ ହଜାର ୯୮୪ ରହିଛି। ମୃତ୍ୟୁବରଣ କରିଛନ୍ତି ୨ ଲକ୍ଷ ୮ ହଜାର ୩୧୩ ଜଣ। ୩୧ ଲକ୍ଷ ୬୪ ହଜାର ୮୨୫ ଟି ସକ୍ରିୟ ମାମଲା ରହିଛି। ଏପ୍ରିଲରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ିଥିବାବେଳେ ମେଡିକାଲରେ ଆକ୍ସିଜେନ ଓ ବେଡ଼ ଓ ଔଷଧର ଅବାବ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button