ଏପ୍ରିଲରୁ ଚାଲିବ ସବୁ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ

0

ଭୁବନେଶ୍ଵର : ଆସନ୍ତା ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନରେ ଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ୫୯ ଯୋଡ଼ା ଟ୍ରେନ ଚାଲୁଥିବା ବେଳେ ପ୍ରାୟ ୭୨ ପ୍ରତିଶତ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି। ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବା ସହିତ ଏପ୍ରିଲ ୧ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ସ୍ଵାଭାବିକ କରାଯିବ।

କୋଭିଡ କଟକଣା ଲାଗୁ ହେବା ପୂର୍ବରୁ ରାଜ୍ୟରେ ୮୯ ଯୋଡ଼ା ଟ୍ରେନ ଚଳାଚଳ କରୁଥିଲା। କିନ୍ତୁ ଏବେ ୫୯ ଯୋଡ଼ା ଚାଲୁଛି। ଟ୍ରେନ ଚଳାଚଳକୁ ସଂପୂର୍ଣ୍ଣ ସ୍ଵାଭାବିକ କରିବାକୁ ଲୋକମାନେ ନିୟମିତଭାବେ ଦାବି କରିଆସୁଛନ୍ତି। ଏହି ଦାବିକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳକୁ ସ୍ଵାଭାବିକ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡ ଓ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ତେଣୁ ଆସନ୍ତା ଏପ୍ରିଲ ମାସରୁ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ସ୍ଵାଭାବିକ ହେବା ଆଶା କରାଯାଉଛି।

Leave A Reply

Your email address will not be published.