ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍‌ର ଦି ସଷ୍ଟେନେବିଲିଟି ଇୟରବୁକ୍ ୨୦୨୧ରେ ବେଦାନ୍ତ ସାମିଲ

ଭୁବନେଶ୍ୱର : ନୂତନ ପ୍ରଯୁକ୍ତି ପଦକ୍ଷେପ ଜରିଆରେ ପରିବେଶ ଓ ସମାଜର ସୁରକ୍ଷା ଲାଗି ବେଦାନ୍ତ ସର୍ବଦା ଆଗରେ ରହିଛି । ପରିବେଶ, ସାମାଜିକ ଓ କର୍ପୋରେଟ୍ ଗଭର୍ଣ୍ଣାସ୍ (ଇଏସ୍‌ଜି) ପ୍ରତି ଦୃଢ଼ ପ୍ରତିବଦ୍ଧତା ଯୋଗୁଁ କଂପାନିକୁ ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍‌ର ଦି ସଷ୍ଟେନେବିଲିଟି ଇୟରବୁକ୍ ୨୦୨୧ର ଦୁଇଟି ବର୍ଗରେ ସାମିଲ କରାଯାଇଛି । ଏସ୍‌ଏଏମ୍ ଇଣ୍ଡଷ୍ଟ୍ରି ମୁଭର୍ସ ଓ ସଷ୍ଟେନେବିଲିଟି ଇୟରବୁକ୍‌ରେ କଂପାନିକୁ ସାମିଲ କରାଯାଇଛି। ଚଳିତ ବର୍ଷର ସଂସ୍କରଣରେ ବେଦାନ୍ତର ସହଯୋଗୀ ସଂସ୍ଥା ହିନ୍ଦୁସ୍ତାନ ଜିଙ୍କ୍ ମଧ୍ୟ ସ୍ଥାନ ପାଇଛି । କଂପାନିର ସିଡିପି ସ୍କୋର ସିରୁ ଉନ୍ନତି ହୋଇ ବି ମାଇନସ୍‌ରେ ପହଂଚିଛି।

ବେଦାନ୍ତ ଗ୍ରୁପ୍‌ର ସିଇଓ ଓ ଚିଫ୍ ସେଫ୍‌ଟି ଅଫିସର ସୁନୀଲ ଦୁଗଲ କହିଛନ୍ତି ବେଦାନ୍ତ ଏହାର ସମସ୍ତ ପରିଚାଳନା ବ୍ୟବସ୍ଥାରେ ଶୂନ ଆଘାତ, ଶୂନ ବର୍ଜ୍ୟ ଓ ଶୂନ ଡିସ୍‌ଚାର୍ଜ ପାଇଁ ମହତ୍ୱକାଂକ୍ଷୀ ଯୋଜନା ରଖିଛି । ସଂପତିରେ ଉନ୍ନତିକରଣ, ଶିଳ୍ପ ସହଜୀବନ, ଉନ୍ନତ ଗୋଷ୍ଠୀ ସମ୍ପର୍କ ଏବଂ ରଣନୀତିପୂର୍ଣ୍ଣ କାର୍ବନ ଏଜେଣ୍ଡା ଜରିଆରେ ଏହି ଲକ୍ଷ୍ୟ ହାସଲ କରିବା ପଥରେ ଆମେ ରହିଛୁ । ନିରନ୍ତର ଉପଯୋଗିତା ଏବଂ ଉତ୍ପାଦନରେ ଏସ୍‌ଡିଜି-୧୨ ସହିତ ଆମ ବ୍ୟବସ୍ଥାର ସାମଞ୍ଜସ୍ୟ ରହିଛି । ଆମେ ନିରନ୍ତର ଉପାୟରେ ବ୍ୟବସାୟ କରିବାକୁ ପ୍ରତିବଦ୍ଧ ଏବଂ ଆମେ ଉଲ୍ଲେଖନୀୟ ଯେ ଆମର ଉଦ୍ୟମକୁ ବିଶ୍ୱବ୍ୟାପୀ ମାନ୍ୟତା ପ୍ରଦାନ କରାଯାଇଛି ।’

ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍‌ର ଇଏସ୍‌ଜି ରିସର୍ଚର ଗ୍ଲୋବାଲ୍ ମୁଖ୍ୟ ମନ୍‌ଜିତ ଜୁସ୍ କହିଛନ୍ତି ସଷ୍ଟେନେବିଲିଟି ଇୟରବୁକ୍ ୨୦୨୧ରେ ସ୍ଥାନ ପାଇଥିବାରୁ ଆମେ ବେଦାନ୍ତ ଲିମିଟେଡ୍ ଓ ହିନ୍ଦୁସ୍ତାନ ଜିଙ୍କ୍‌କୁ ଅଭିନନ୍ଦନ ଜଣାଉଛୁ ଯାହା ଏହା ପ୍ରଦର୍ଶନ କରୁଛି ଯେ ଆର୍ଥିକ ଉପକରଣ ଇଏସ୍‌ଜି ମାନଦଣ୍ଡରେ ଶିଳ୍ପର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ଏହା ଶ୍ରେଷ୍ଠ ପ୍ରଦର୍ଶିତ କଂପାନି ହୋଇଛି । ୭୦୦୦ରୁ ଅଧିକ କଂପାନିକୁ ଅନୁଶୀଳନ କରାଯାଇଥିବାରୁ ଇୟରବୁକ୍‌ରେ ସାମିଲ ହେବା କର୍ପୋରେଟ୍ ସଷ୍ଟେନେବିଲିଟିରେ ଉତ୍କର୍ଷତାର ଏହା ହେଉଛି ପ୍ରତିଫଳନ ।

୨୦୨୦ରେ ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡିସେସ୍ (ଡିଜେଏସ୍‌ଆଇ) ର‌୍ୟାଙ୍କିଙ୍ଗ୍‌ରେ ଖଣି ଓ ଧାତବ କ୍ଷେତ୍ରରେ ବେଦାନ୍ତ ବିଶ୍ୱ ସ୍ତରରେ ଶ୍ରେଷ୍ଠ ୧୨ଟି କଂପାନି ଭିତରେ ସ୍ଥାନ ପାଇଥିଲା । କ୍ରମାଗତ ତିନି ବର୍ଷ ଧରି କଂପାନିର ସଷ୍ଟେନେବିଲିଟି ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ବେଦାନ୍ତ ଓ ହିନ୍ଦୁସ୍ତାନ ଜିଙ୍କ ଡିଜେଏସଆଇ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button