ଏସବିଆଇ ଆପ୍‌ରେ ଲଞ୍ଚ୍ ହେଲା ନୂଆ ସେବା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ କଣ୍ଟାକ୍ଟ ଲେସ୍ ପେମେଣ୍ଟ ଆରମ୍ଭ କରିଥିବା ଘୋଷଣା କରିଛି। ଏଣିକି ମାଷ୍ଟରକାର୍ଡ ଗ୍ରହକଙ୍କୁ ପଇସା ବାହାର କରିବା ପାଇଁ କାର୍ଡ ନେବାର ଆବଶ୍ୟକ ପଡିବ ନାହିଁ। ଗ୍ରାହକ ସମ୍ପର୍କ ରହିତ ଉପାୟରେ ଟ୍ୟାପ୍-ଆଣ୍ଡ-ଗୋ ବ୍ୟବହାର କରି ପେମେଣ୍ଟ କରିପାରିବେ। ମାଷ୍ଟରକାର୍ଡ ଟୋକନ ସେବା ଯୋଗାଉଥିବାରେ ଭାରତର ଏସବିଆଇ ପ୍ରଥମ। ମାଷ୍ଟରକାର୍ଡ ଓ ଏସବିଆଇ କାର୍ଡ୍ସ ଏଣ୍ଡ୍ ପେମେଣ୍ଟ ସର୍ଭିସେଜ୍ ଲିମିଟେଡ୍ (ଏସବିଆଇ କାର୍ଡ) ଆଜି ଏସବିଆଇ କାର୍ଡ ଆପରେ କଣ୍ଟାକ୍ଟ ଲେସ୍ ପେମେଣ୍ଟ ଆରମ୍ଭ କରିଥିବା ଘୋଷଣା କରିଛି। ଏଥିପାଇଁ ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ ସ୍ୱାଇପ୍, ଛୁଇଁବା କିମ୍ବା ପିନ୍ ନମ୍ବର ଦେବା ଆବଶ୍ୟକ ନାହିଁ।

ଗ୍ରାହକମାନେ ଏହି ସୁବିଧା ବ୍ୟବହାର କରି ଏକଥରକେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ଦୁଇ ହଜାର ଟଙ୍କାରୁ ଅଧିକ ପେମେଣ୍ଟରେ କାର୍ଡ ପିନ୍ ଦେବାକୁ ପଡିବ। ଏସବିଆଇ କାର୍ଡ ଆପର ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଏସବିଆଇ କାର୍ଡ ମୋବାଇଲ୍ ଆପରେ ନିଜ କାର୍ଡର ରେଜିଷ୍ଟ୍ରେସନ କରାଇବାକୁ ପଡିବ। ଏଥିପାଇଁ ଆପର ନୂଆ ଭର୍ସନ ଜରୁରୀ। ରେଜିଷ୍ଟ୍ରେସନ ପରେ ପଏଣ୍ଟ ଅଫ୍ ସେଲ୍ ମେସିନରେ କାର୍ଡକୁ ସ୍ପର୍ଶ ନକରି ମୋବାଇଲ୍ ଫୋନ୍ ମାଧ୍ୟମରେ ପୈଠ କରିହେବ।

  ସ୍କୁଲ ଫି ୫୦ ପ୍ରତିଶତ ଛାଡ ନହେଲେ ଆନ୍ଦୋଳନ : ଛାତ୍ର କଂଗ୍ରେସ

୧- ମାଷ୍ଟରକାର୍ଡର ଏହି ସେବା ବ୍ୟବହାର କରିବା ପାଇଁ ଆପଣଙ୍କୁ ଏସବିଆଇ କାର୍ଡ ମୋବାଇଲ୍ ଆପର ନୂଆ ଅପଡେଟେଡ୍ ଭର୍ସନରେ ରେଜିଷ୍ଟ୍ରେସନ କରିବାକୁ ହେବ।

୨- ଏସବିଆଇ କାର୍ଡ ଆପରେ ରେଜିଷ୍ଟ୍ରେସନ ହେବାପରେ ଆପଣ ନିଜ ମୋବାଇଲ ପିଓଏସ୍ ମେସିନ ପାଖକୁ ନେଇ ସହଜରେ ପୈଠ କରିପାରିବେ।

୩- ଏସବିଆଇ କାର୍ଡ ପେ ବହୁତ ସୁରକ୍ଷିତ। ଏହା ଟୋକନ ସିଷ୍ଟମର ବ୍ୟବହାର କରିଥାଏ। ଏଥିରେ କାର୍ଡଧାରକଙ୍କ ସୂଚନା ଯଥା କାର୍ଡ ନମ୍ବର, ସିଭିଭି, ଏକ୍ସପାୟରୀ ଡେଟ୍ ଆଦି ଡିଭାଇସ୍ ଆଧାରିତ ଡିଜିଟାଲ ଟୋକନରେ ପରିବର୍ତ୍ତନ ହୋଇଥାଏ।

୪- ଏସବିଆଇ କାର୍ଡର ସୂଚନା ନିୟର ଫିଲ୍ଡ କମ୍ୟୁନିକେସନ (ଏନଏଫସି) ୱେୟାରଲେସ୍ ମୋଡ ମାଧ୍ୟମରେ ପଠାଯାଇଥାଏ।

୫- ଏହି ସୁବିଧାରେ କାର୍ଡ ଦରକାର ପଡେନି କିମ୍ବା କାର୍ଡର ଡାଟା ମଧ୍ୟ ଦେଖାଯାଏନି। ଫଳରେ ନେଣଦେଣ ଅତି ସୁରକ୍ଷିତ ହୋଇଥାଏ।

୬- ଯେତେବେଳେ ଆପଣ ସ୍ମାର୍ଟଫୋନ୍ ସ୍କ୍ରିନ୍ ଅନଲକ୍ କରିବେ ସେତେବେଳେ ପୈଠ କରିହେବ। ଅନ୍ୟ କୌଣସି ବ୍ୟକ୍ତି ଦ୍ୱାରା ଏହା ଆକ୍ସେସ କରିହେବନି।

୭- ଆପଣ ୨ ହଜାର ଟଙ୍କାରୁ ଅଧିକ ପୈଠ କରିବାକୁ ଚାହିଁଲେ ଆପଣଙ୍କୁ ନିଜ ଏସବିଆଇ କ୍ରେଡିଟ୍ କାର୍ଡର ବ୍ୟବହାର କରିବାକୁ ହେବ। ୨ ହଜାର ଟଙ୍କାରୁ ଅଧିକ ପୈଠ ପାଇଁ ପାସୱାର୍ଡ ରେଜିଷ୍ଟର କରିବାକୁ ପଡିବ।

ମତାମତ ଦିଅନ୍ତୁ ।