ଏସବୁ ଅଭ୍ୟାସ ସମସ୍ୟା ସୃଷ୍ଟି କରେ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ର ଅନୁସାରେ କେତେକ ଅଭ୍ୟାସ ଧନବାନ ହେବା ରାସ୍ତାରେ ବାଧକ ସାଜେ। ଆଉ ସମସ୍ୟା ବୃଦ୍ଧି ପାଏ। ତେବେ ଆସନ୍ତୁ ଜାଣିବା ଏହି ଅଭ୍ୟାସ ସମ୍ପର୍କରେ…

ଚାଣକ୍ୟଙ୍କ ମତ ଅନୁଯାୟୀ ବ୍ୟକ୍ତି ଯେତେ ଗରିବ ହୋଇଥାଉ ନା କହିଁକି ସବୁବେଳେ ସଫା ସୁତୁରା ରହିବା ଉଚିତ୍। ଅପରିଷ୍କାର ବସ୍ତ୍ର ପିନ୍ଧୁଥିବା ବ୍ୟକ୍ତିଙ୍କ ପାଖରୁ ମା’ ଲକ୍ଷ୍ମୀ ଦୂରେଇ ଯାଆନ୍ତି। ଏଭଳି ବ୍ୟକ୍ତି ସବର୍ଦା ଅପମାନିତ ହୋଇଥାଏ।

ଯେଉଁମାନେ ଦାନ୍ତକୁ ଅପରିଷ୍କାର କରି ରଖନ୍ତି। ସଫା ରଖନ୍ତି ନାହିଁ ସେମାନଙ୍କ ପାଖରେ ଧନ ସମସ୍ୟା ଦେଖା ଦେଇଥାଏ। ଦାନ୍ତ ସଫା ରଖୁଥିବା ବ୍ୟକ୍ତି ସବୁବେଳେ ହସ ଖୁସିରେ ଥାଏ।

ଅଧିକ ଖାଦ୍ୟ ଖାଉଥିବା ବ୍ୟକ୍ତି ଧନବାନ ହୋଇପାରେନା। ଏହିଭଳି ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟ ଅଧିକାଂଶ ସମୟରେ ଖରାପ ହୋଇଥାଏ।

ସବୁବେଳେ ଅନ୍ୟମାନଙ୍କୁ ମିଠା କଥା କହିବା ଉଚିତ୍। କଟୁ କଥା କହୁଥିବା ବ୍ୟକ୍ତିଙ୍କୁ କେହି ପସନ୍ଦ କରନ୍ତି ନାହିଁ। ସେମାନଙ୍କର ଶତ୍ରୁ ସଂଖ୍ୟା ବୃଦ୍ଧିପାଏ।

ଉଚିତ ମାର୍ଗରେ ରୋଜଗାର କରୁଥିବା ଧନ ଅଧିକ ଦିନ ତିଷ୍ଠି ରହେ। ଭୁଲ୍‌ ମାର୍ଗରେ ରୋଜଗାର କରାଯାଇଥିବା ଧନ ଜୀବନରେ ସବୁବେଳେ ସମସ୍ୟା ଆଣିଥାଏ।

ମତାମତ ଦିଅନ୍ତୁ ।