ଏସବୁ ଜିଲ୍ଲାରେ ଝଡ-ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୨ ତାରିଖ ଯାଏ କାଳବୈଶାଖୀ ପ୍ସମ୍ଭାବନା। ଏହାର ପ୍ରଭାବରେ କିଛି ସ୍ଥାନରେ ଝଡ ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗର ସୂଚନା ଦେଇଛି।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ମୁତାବକ ଆଜିଠାରୁ ଆସନ୍ତାକାଲି ମଧ୍ୟରେ କନ୍ଧମାଳ, ନୟାଗଡ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ,ଦେବଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଝଡ-ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ରବିବାରରୁ ସୋମବାର ସକାଳ ସାଢେ ୮ଟା ମଧ୍ୟରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, କଟକ, କେଉଁଝର ଓ ମୟୁରଭଞ୍ଜରେ ମଧ୍ୟ ଅନୁରୂପ ହୋଇପାରେ। ଏହାଛଡା ଆସନ୍ତା ୧୨ରୁ ୧୩ ତାରିଖ ସକାଳ ସାଢେ ୮ଟା ମଧ୍ୟରେ ବୌଦ୍ଧ, ଗଞ୍ଜାମ, ଗଜପତି,କୋରାପୁଟ, ରାୟଗଡା, ନୟାଗଡ, କଟକ, କେଉଁଝର ଓ ମୟୁରଭଞ୍ଜରେ ଝଡ-ବର୍ଷା ହେବାର ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply

Your email address will not be published. Required fields are marked *

Back to top button