ଏସବୁ ଖାଇ ତୁରନ୍ତ ପାଣି ପିଇନ୍ତୁ ନାହିଁ

ଶରୀରକୁ ପାଣିର ଆବଶ୍ୟକତା ରହିଛି। ଜଣେ ବ୍ୟକ୍ତି ଦିନକୁ ଅତି କମ୍‌ରେ ୫ରୁ୬ ଲିଟର ପାଣି ପିଇବା ଉଚିତ୍‌। ତେବେ ଏତେ ପରିମାଣର ପାଣି ପିଇବେ କି ନାହିଁ ତାହା ଖାଦ୍ୟ ଉପରେ ନିର୍ଭର କରେ। କେତେକ ଜିନିଷ ରହିଛି ଯାହାକୁ ଖାଇବା ପରେ ତୁରନ୍ତ ପାଣି ପିଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ସେ ବିଷୟରେ ଜାଣିବା।

ଗରମ ଖାଇବା ପରେ ତୁରନ୍ତ ପାଣି ପିଇବା ଅନୁଚିତ। ଏହାକୁ ଅଣଦେଖା କଲେ ପାଚନ ତନ୍ତ୍ର ସମସ୍ୟା ହୋଇପାରେ। କାରଣ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱର ଅବଶୋଷଣ ପାଇଁ ଶରୀରକୁ ସମୟ ଦେବାକୁ ହୋଇଥାଏ। ଯଦି ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି ତେବେ ପ୍ରଭାବ ପଡ଼ିବ। ତେଣୁ ଖାଇବାର ୩୦ ମିନିଟ୍‌ ପରେ ପାଣି ପିଅନ୍ତୁ।

ତରଭୂଜ ଖାଇବା ପରେ ପାଣି ପିଇବା ଉଚିତ୍‌ ନୁହେଁ। ଏଥିରେ ରହିଛି ଅଧିକ ମାତ୍ରାରେ ପାଣି। ଯଦି ଏହାକୁ ଖାଇବା ପରେ ପାଣି ପିଉଛନ୍ତି ତାହେଲେ ଅମାଶୟ ସମସ୍ୟା ହେବା ସହ ଏସିଡିଟି, ବ୍ଲୋଟିଂର ସମସ୍ୟା ଦେଖାଦେଇପାରେ।

କାକୁଡ଼ିରେ ୯୫ ପ୍ରତିଶତ ପାଣି ରହିଛି। ଏହା ଶରୀରରେ ପୋଷକ ତତ୍ତ୍ୱର ଅଭାବ ପୂରଣ କରିଥାଏ। ଯଦି କାକୁଡି ଖାଇବା ପରେ ପାଣି ପିଅନ୍ତି ତାହେଲେ ଜିଆଇ ଗତିଶୀଳତା ବଢ଼ିବା ସହିତ ଏହାର ଖରାପ ପ୍ରଭାବ ପାଚନ ତନ୍ତ୍ର ଉପରେ ପଡ଼ିବ। ଏପରକି ଡାଇରିଆ, ଲୁଜ୍‌ ମୋସନର ସମସ୍ୟା ହୋଇପାରେ।

ବାଦାମର ଦାନା ଗରମ କିନ୍ତୁ ଏହାର ବିଶେଷତ୍ୱ ଶୁଷ୍କ ହୋଇଥାଏ। ଯାହାଫଳରେ ବାଦାମ ଖାଇବା ପରେ ପାଣି ପିଇବାକୁ ଅଧିକ ଇଚ୍ଛା ହୁଏ। ଯଦି ତୁରନ୍ତ ପାଣି ପିଅନ୍ତି ତେବେ କାଶ ସମସ୍ୟା ଦେଖାଦେଇପାରେ।

ଗରମ ଦୁଗ୍ଧ କିମ୍ବା ଚା’ ପିଇସାରିବା ପରେ ପାଣି ପିଇବା ଠିକ ନୁହେଁ। ନାକରୁ ରକ୍ତ ବାହାରିବା ସମସ୍ୟା ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button