ଏସବୁ ରୋଗ ପାଇଁ ଉପକାରୀ ଭୂଇଁ ନିମ୍ବ

ଆମ ବାଡି ବଗିଚାରେ ଅନେକ ଔଷଧୀୟ ଗଛ ରହିଛି। ଯାହାର ବ୍ୟବହାର ସମ୍ପର୍କରେ ଆମକୁ ଜଣା ନାହିଁ। ଏହାର ଉପକାରିତା ବିଷୟରେ ଆୟୁର୍ବେଦିକ ପୁସ୍ତକରେ ଦିଆଯାଇଛି ସୂଚନା। କିନ୍ତୁ ତାହାକୁ ଆମେ ଗୁରୁତ୍ଵ ଦେଉନାହୁଁ। ଏଲୋପ୍ୟାଥିକ ଉପରେ ହୋଇଯାଇଛେ ସଂପୂର୍ଣ୍ଣ ନିର୍ଭରଶୀଳ। ହେଲେ ଏବେ ଆୟୁର୍ବେଦିକ ଔଷଧର ବ୍ୟବହାର ବଢୁଥିବା ଦେଖାଯାଉଛି।

ସେହି କ୍ରମରେ ଆସନ୍ତୁ ଭୂଇଁ ନିମ୍ବ ସମ୍ପର୍କରେ ଜାଣିବା :- ଏହି ଗଛର ଉଚ୍ଚତା ୧ରୁ ୨ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଦେଶର ପ୍ରାୟତଃ ସବୁ ସ୍ଥାନରେ ମିଳେ। ଗଛର ସମସ୍ତ ଅଂଶ ପୀତା ହୋଇଥିଲେ ହେଁ ଏଥିରୁ ଆର୍ୟୁବେଦିକ ଔଷଧ ପ୍ରସ୍ତୁତ କରାଯାଏ । ଭୂଇଁ ନିମ୍ବ ଗଛ ପତ୍ରରୁ ୧୦ ମି.ଲି ରସ ବାହାର କରି ୨୫୦ ମି.ଲି ପାଣିରେ ମିଶାଇ ଫୁଟାନ୍ତୁ। ୩ ଭାଗ କରି ଦିନକୁ ୩ଥର ପିଇଲେ ଜ୍ୱରରୁ ଉପଶମ ମିଳେ।

ଭୂଇଁ ନିମ୍ବ ଗଛରୁ ୫ରୁ ୬ ଗ୍ରାମ ରାତିରେ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ପିଇଲେ କୋଷ୍ଠବଦ୍ଧତା ଦୂର ହୁଏ। ଏହାର ଶୁଖିଲା ଗୁଣ୍ଡ ୩ରୁ ୫ ଗ୍ରାମକୁ ପାଣିରେ ମିଶାଇ ୩ରୁ ୪ ଦିନ ନିୟମିତ ପିଇଲେ ସମସ୍ତ ଚର୍ମରୋଗ ଦୂର ହୋଇଥାଏ।

ଭୂଇଁ ନିମ୍ବ ରସକୁ ୫ରୁ ୧୦ ମି.ଲି କିମ୍ବା ଗୁଣ୍ଡ କରି ସେଥିରୁ ୨-୩ ଗ୍ରାମ ମାତ୍ରାରେ ନିୟମିତ ୨-୪ ଦିନ ଖାଇଲେ ଯକୃତ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । ଏହାର ରସରୁ ୫-୧୦ ମି.ଲି ନେଇ ମହୁ ସହିତ ମିଶାଇ ପିଇଲେ ଶରୀରରୁ କୃମି ନଷ୍ଟ ହୋଇଥାନ୍ତି।

ଭୂଇଁ ନିମ୍ବ ଗୁଣ୍ଡକୁ ୩-୫ ଗ୍ରାମ ନେଇ ସକାଳେ ଖାଲି ପେଟରେ ଖାଇଲେ ମଧୁମେହ ରୋଗରୁ ଉପଶମ ମିଳେ। ଏହାର ରସ ୧ଚାମଚ କିମ୍ବା ଗୁଣ୍ଡରୁ ୨-୩ ଗ୍ରାମ ନେଇ ପାଣି ସହ ମିଶାଇ ଖାଇଲେ ରକ୍ତ ସମସ୍ୟା ଦୂର ହୋଇଥାଏ।

ମତାମତ ଦିଅନ୍ତୁ ।