Breaking Newsପୁରାଣ-କଥା

ଏସବୁ ସନ୍ଧ୍ୟାରେ ଦାନ କରିବା ମନା

ଭୁବନେଶ୍ଵର : ଦାନ କରିବା ଏକ ମହତ୍ତ୍ଵ କାର୍ଯ୍ୟ। କିନ୍ତୁ ଅପାତ୍ରରେ ନୁହେଁ ବୋଲି ଦିଆଯାଇଛି ପରାମର୍ଶ। ଆଉ କୁହାଯାଇଛି ଗରିବଙ୍କୁ ଦାନ କରାଯିବ ଉଚିତ। ଏହାଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ। ହେଲେ ସନ୍ଧ୍ୟା ସମୟରେ କେତୋଟି ଜିନିଷ ଦାନ କରିବା ମନା। ଏହାକୁ ଅଣଦେଖା କଲେ ସମସ୍ୟା ସୃଷ୍ଟି ହୁଏ। ତେଣୁ ସନ୍ଧ୍ୟାରେ ସେସବୁ ଜିନିଷ ଦାନକୁ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ। ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା….।

୧- ସନ୍ଧ୍ୟା ସମୟରେ କ୍ଷୀର ଦାନ କରିବା ଅନୁଚିତ। କାରଣ କ୍ଷୀରକୁ ମା’ ଲକ୍ଷ୍ମୀ ଓ ଚନ୍ଦ୍ରଙ୍କର ପ୍ରତୀକ ବୋଲି କୁହାଯାଇଥାଏ। ତେଣୁ ଏହାକୁ ସନ୍ଧ୍ୟାରେ ଦାନ କଲେ ଘରେ ଅର୍ଥାଭାବ ଦେଖାଦିଏ।

୨- ସୂର୍ଯ୍ୟାସ୍ତରେ କାହାକୁ ଦହି ଦେଲେ ସୁଖ-ଶାନ୍ତି ଓ ବୈଭବ ହାନି ଘଟିଥାଏ।

୩- ପିଆଜ ଓ ରସୁଣ ସନ୍ଧ୍ୟା ସମୟରେ ଦେବା ଠିକ ନୁହେଁ । ରସୁଣ-ପିଆଜର ସମ୍ପର୍କ କେତୁ ଗ୍ରହ ସହ ରହିଥାଏ। ସନ୍ଧ୍ୟାରେ ଏହାକୁ ଦେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।

୪- ସନ୍ଧ୍ୟା ସମୟରେ ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି। ଏହି ସମୟରେ କାହାକୁ ଅର୍ଥଦାନ କଲେ ଲକ୍ଷ୍ମୀଙ୍କୁ ଗୃହରୁ ବିଦା କରିଦେବା ସଙ୍ଗେ ସମାନ।

ମତାମତ ଦିଅନ୍ତୁ ।

Back to top button