ଏସ୍‌ଏମ୍‌ଏସ୍‌କୁ ନେଇ ଏପ୍ରିଲ୍‌ ୧ରୁ ନୂଆ ନିୟମ

ନୂଆଦିଲ୍ଲୀ : ଦୂରସଂଚାର ନିୟାମକ ଟ୍ରାଇ ଏସ୍‌ଏମ୍‌ଏସ୍‌ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଥରକେ ଏକରୁ ଅଧିକ ଲୋକଙ୍କ ପାଖକୁ ପଠାଯାଉଥିବା ମେସେଜ୍‌ ସମ୍ପର୍କରେ ସମ୍ୱନ୍ଧରେ ରହିଥିବା ନିୟମର ପରିବର୍ତ୍ତନ ପାଇଁ ଟ୍ରାଇ ମନ୍ତ୍ରଣାଳୟକୁ ଚିଠି ଲେଖିଛି। ଆସନ୍ତା ଏପ୍ରିଲ୍‌ ୧ରୁ ଏହି ନିୟମ ଲାଗୁ ହେବ ବୋଲି ସୂଚନା ରହିଛି।

ଖବର ଅନୁଯାୟୀ ଭାରତୀୟ ଦୂରସଂଚାର ନିୟାମକ ପ୍ରଧିକରଣ ବା ଟ୍ରାଇ ମନ୍ତ୍ରଣାଳୟକୁ ଲେଖିଥିବା ଚିଠିରେ ନିୟମ ସମ୍ପର୍କରେ ବିସ୍ତୃତ ରୂପେ ଜଣାଇଛି। ଏହା ଅଧୀନରେ ଆସୁଥିବା ଅନୁଷ୍ଠାନ ଓ ସଂଗଠନ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଟ୍ରାଇ କହିଛି। ଏନ୍ଆଇସି ବିଣିଜ୍ୟିକ ମେସେଜ୍‌ ପାଇଁ ଲାଗୁ ହେଉଥିବା ନିୟମକୁ ନେଇ ସରକାରୀ ସଂଙ୍ଗଠନର ସାହାର୍ଯ୍ୟରେ ଓ ଏଥିସହ ଜଡ଼ିତ କୌଣସି ସମସ୍ୟାର ସମାଧାନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି।

ନୂଆ ନିୟମ ଅନୁସାରେ ବାଣିଜ୍ୟିକ ମେସେଜ୍‌ ପଠାଉଥିବା ଯୋଗ୍ୟ ସଂସ୍ଥା ଟେଲିକମ୍ ଅପରେଟରମାନଙ୍କ ସହିତ ମେସେଜ୍ ହେଡର୍ ଓ ଟେମ୍ପଲେଟ୍ (ପୂର୍ବରୁ ପ୍ରସ୍ତୁତ ମେସେଜ୍) ନେଇ ପଞ୍ଜିକରଣ କରିବେ। ଟ୍ରାଇ ଏଫଆଇସିସି ଆଇ, ସିଆଇଆଇ, ଏଏସଏସଓସିଏଚଏଏମ, ଏନଏଏସଏସସିଓଏମ ଏବଂ ସିଓଏଆଇକୁ ନୂତନ ନିୟମର ଆବଶ୍ୟକତା ବିଷୟରେ ସେମାନଙ୍କ ସଦସ୍ୟମାନଙ୍କୁ ଜଣାଇବାକୁ କହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button