ଏସ୍‌ସିବିରୁ ୩ଜଣ ଦଲାଲ ଗିରଫ

କଟକ : କଟକ ବଡ ମେଡିକାଲରୁ ୩ ଜଣ ଦଲାଲଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଦୁଇଜଣ ଏସ୍‌ସିବି ମେଡିକାଲର ଠିକା କର୍ମଚାରୀ ରହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାଁ ମୁକେଶ ନାୟକ, ପ୍ରୀତମ ନାୟକ ଓ ସରୋଜ କୁମାର ମହାପାତ୍ର। ଏହାଛଡା ପୋଲିସ ଏକ ଆମ୍ବୁଲାନ୍ସ ଜବତ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଏହି ଦଲାଲମାନେ ମେଡିକାଲ ପରିସରରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଘରୋଇ ମେଡିକାଲକୁ ପଠାଇ ଅର୍ଥ ଶୋଷଣ କରିଥାନ୍ତି। ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ୬ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ପୁଣି ୩ ଜଣ ଗିରଫ ହୋଇଛନ୍ତି। ଏହି ରାକେଟରେ ବହୁ ଡାକ୍ତର, କର୍ମଚାରୀ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ସମ୍ପୃକ୍ତ ରହିଥିବା ପୋଲିସକୁ ସୂଚନା ମିଳିଛି। ସେମାନଙ୍କ ବିରୋଧରେ ଖୁବଶୀଘ୍ର କର୍ଯ୍ୟନୁଷ୍ଠାନ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button