ଏସ୍‌ଟିପିଆଇ ପକ୍ଷରୁ ଓଡ଼ିଶାର ଆଇଟି ଇଏସଡିଏମ୍ କ୍ଷେତ୍ରରେ ଥିବା ସମ୍ବଳ ଓ ସୁଯୋଗ ଉପରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାର ଇଏସଡିଏମ ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପ, ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କ-ଭୁବନେଶ୍ୱର, ଏସଟିପିଆଇର ଉତ୍କର୍ଷ କେନ୍ଦ୍ର ବ୍ୟବସ୍ଥାରେ ଥିବା ଇଏସଡିଏମ ଇନକୁବେସନ ଆଦିରେ ରହିଥିବା ସୁଯୋଗ, ସମ୍ବଳ ଓ ସମ୍ଭାବନାକୁ ନେଇ ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ (ଏସଟିପିଆଇ) ପକ୍ଷରୁ ଏହାର ଫାୟାରସାଇଡ ଚାଟ ଅଭିଯାନ ଅଧୀନରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହାର ଲକ୍ଷ୍ୟ ହେଉଛି ଇଲେକ୍ଟ୍ରୋପ୍ରେନୁଅର ପାର୍କ-ଭୁବନେଶ୍ୱରର ପ୍ରଚାର କରିବା । ଏହି ପାର୍କର ଲକ୍ଷ୍ୟ ହେଉଛି ନେତୃତ୍ୱ ଗଠନ କରିବା ଏବଂ ପ୍ରଯୁକ୍ତିର ବିଭିନ୍ନ କ୍ଷେତ୍ରରେ ଉଦ୍ୟୋଗୀ ସୃଷ୍ଟି କରିବା ସହ ନିବେଶକ, ଉଦ୍ୟୋଗୀ, ଷ୍ଟାର୍ଟଅପ, ଉଦ୍ଭାବକ ଓ ଉତ୍ସାହୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା। ଏହି ଆଲୋଚନା କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଡକ୍ଟର ଓଁକାର ରାୟ, ଡାଇରେକ୍ଟର ଜେନେରାଲ, ଏସଟିପିଆଇ, ମନୋଜ କୁମାର ମିଶ୍ର, ସଚିବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ଓଡ଼ିଶା ସରକାର ଏବଂ ଜିତେନ୍ଦ୍ର ଚଢ଼ା, କଂଟ୍ରି ମ୍ୟାନେଜର, ଗ୍ଲୋବାଲ ସପ୍ଲାଏ ଚେନ, ଇଂଟେଲ ଇଣ୍ଡିଆ ଅଂଶଗ୍ରହଣ କରି ଭାରତ ସରକାର, ଓଡ଼ିଶା ସରକାର ଓ ଶିଳ୍ପର ପ୍ରତିନିଧିôତ୍ୱ କରିଥିଲେ ।

ଇଏସଡିଏମ କ୍ଷେତ୍ରର ବିକାଶ ଓ ଏହି କ୍ଷେତ୍ରକୁ ପୁଞ୍ଜିନିବେଶ ଆଣିବା ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ଡକ୍ଟର ଓଁକାର ରାୟ ଆଲୋଚନା କରିଥିଲେ । ଘୋଷଣା କରାଯାଇଥିବା ବିଭିନ୍ନ ପ୍ରକାର ସ୍କିମ ଓ ତାହାର ଲାଭ ବିଷୟରେ ସୂଚନା ଦେଇଥିଲେ । ସେହିପରି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର କହିଛନ୍ତି ଆସନ୍ତା ତିନିରୁ ପାଂଚ ବର୍ଷ ଭିତରେ ଓଡ଼ିଶା ଦେଶର ଶ୍ରେଷ୍ଠ ୫ ପ୍ରମୁଖ ଇଏସଡିଏମ ସ୍ଥଳରେ ଉଭା ହେବାକୁ ଲକ୍ଷ୍ୟ ରଖିଛି। ଆର୍ଥିକ ସୁବିଧା, ଉନ୍ନତ ଭିତିଭୂମି ଏବଂ ଆଇଟି ଓ ଇଏସଡିଏମ ପାଇଁ ସବୁ ପ୍ରକାର ସେବା ପ୍ରଦାନ କରି ଶିଳ୍ପ ପ୍ରତିଦ୍ୱନ୍ଦ୍ୱିତାରେ ଓଡ଼ିଶା ଆଗରେ ରହିଛି । ଇଟେଂଲ ଇଣ୍ଡିଆର କଂଟ୍ରି ମ୍ୟାନେଜର ଜିତେନ୍ଦ୍ର ଚଢ଼ା ଇସ୍ରାଏଲ ଓ ତାଇୱାନର ଇଏସଡିଏମ କ୍ଷେତ୍ର ବିକାଶରୁ ମିଳିଥିବା ଶିକ୍ଷା ଉପରେ ଆଲୋଚନା କରିଥିଲେୟ କିଭଳି ଶ୍ରେଷ୍ଠ ୫ ର୍ନିମାତାଙ୍କୁ ଆକୃଷ୍ଟ କରାଯାଇପାରିବ ତାହା ଜଣାଇଥିଲେ । ଫାୟାର ସାଇଡ ଚାଟରେ ଓଡ଼ିଶା ଲାଇଭର ମୁଖ୍ୟ ସଂପାଦକ ଓ ସିଇଓ ନୀଳାମ୍ବର ରଥ ସଂଯୋଜନା କରିଥିବା ବେଳେ ୩୦୦ରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ ।

ମତାମତ ଦିଅନ୍ତୁ ।