ଏତଲା ଗ୍ରହଣ ନକରିବାରୁ ସପ୍ତାହେ ରାସ୍ତାରେ ଝାଡ଼ୁ ମାରିବେ ଥାନା ବାବୁ

ବେଙ୍ଗାଲୁରୁ : ଏତଲା ଗ୍ରହଣ ନକରିବାରୁ ଥାନା ବାବୁଙ୍କୁ ଦଣ୍ଡ। ଥାନାକୁ ଲାଗିଥିବା ରାସ୍ତାରେ ସପ୍ତାହେ ଝାଡ଼ୁ ମାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ।

କର୍ଣ୍ଣାଟକ ହାଇକୋର୍ଟଙ୍କ ଜଷ୍ଟିସ୍‌ ଏସ ସୁନିଲ ଦତ୍ତ ଯାଦବ ଓ ଜଷ୍ଟିସ୍‌ ପି କୃଷ୍ଣାଙ୍କ ଖଣ୍ଡପୀଠ ୫୫ ବର୍ଷୀୟା ତାରାବାଇଙ୍କ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ପୋଲିସର ଭୂମିକା ଉପରେ କଡ଼ା ଟିପ୍ପଣୀ କରିଥିଲେ। ଖବର ଅନୁଯାୟୀ ତାରାବାଇଙ୍କ ପୁଅ ୨୦ ଅକ୍ଟୋବରରୁ ନିଖୋଜ ହୋଇଥିଲେ। ସେ ଏନେଇ ଅଭିଯୋଗ କରିବାକୁ ଥାନାରେ ପହଞ୍ଚିବାରୁ ଏସଏଚଓ (ଷ୍ଟେସନ୍‌ ହାଉସ୍‌ ଅଫିସର) ତାଙ୍କ ଏତଲା ରଖିନଥିଲେ। ମାମଲାଟି ତାଙ୍କ କ୍ଷେତ୍ର ବାହାରେ ବୋଲି କହିଥିଲେ।

  ପଶ୍ଚିମବଙ୍ଗ ଜଳପାଇଗୁଡ଼ିରେ ଦୁର୍ଘଟଣା : ୧୩ ମୃତ

ଏହା ଉପରେ ଖଣ୍ଡପୀଠ କହିଛନ୍ତି ଏସଏଚଓ ଖୋଦ ନିଜ ଦୋଷ ସ୍ଵୀକାର କରିଛନ୍ତି। ତାଙ୍କୁ ମାମଲା ରୁଜୁ କରିବାର ଥିଲା। ଯଦି ମାମଲା ଅନ୍ୟ କ୍ଷେତ୍ରରେ ଆସୁଥିଲା ତେବେ ସେନେଇ ଏସଏଚଓ ସେହି କ୍ଷେତ୍ରର ପୋଲିସ ଅଧିକାରୀଙ୍କୁ ଜଣାଇବାରଥିଲା। କିନ୍ତୁ ସେ ତାହା କରିନାହାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

ମତାମତ ଦିଅନ୍ତୁ ।