ଏଥର ଶୀତପଥର ପାହାଡ ଉପରେ ମକର ପର୍ବ ବନ୍ଦ

ପାରଳାଖେମୁଣ୍ଡି : କରୋନା ପାଇଁ କଟକଣା। ଏଥର ପାଳନ ହେବନି ଶୀତପଥର ପାହାଡ ଉପରେ ମକର ସଂକ୍ରାନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି।

ଖବର ହେଲା ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ନିକଟସ୍ଥ ଶୀତପଥର ପାହାଡ ଉପରେ ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ମକର ଯାତ୍ରା ଅନୁଷ୍ଠିତ ହୁଏ। ଗଜପତି, ଗଞ୍ଜାମ ଓ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପାହାଡ ଚଢ଼ି ଏହି ଯାତ୍ରାରେ ସାମିଲ୍ ହୁଅନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ଼ ପାଇଁ ଜିଲ୍ଳା ପ୍ରଶାସନ ଏହି ଯାତ୍ରା ବନ୍ଦ କରିଛି। କେବଳ ସୀମିତ ପୂଜକ ଯାଇ ପୂଜା କରିବେ। ସାଧାରଣ ଲୋକେ ପାହାଡ ଉପରକୁ ଯିବାକୁ ବାରଣ କରାଯାଇଛି।

ମତାମତ ଦିଅନ୍ତୁ ।