ଏଟି ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : ଜମାକାରୀଙ୍କ ଅର୍ଥ ଠକେଇ ଅଭିଯୋଗରେ ଝାରପଡ଼ା ଜେଲ୍‌ରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ ପୁଣି ଆତ୍ମହତ୍ୟା ଉଦ୍ୟମ ନାଟକ କରିଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି।

ଖବର ଅନୁଯାୟୀ ବହୁ କୋଟି ଟଙ୍କାର ଠକେଇ ମାମଲାରେ ପ୍ରଦୀପ ସେଠୀ ୨୦୧୩ରୁ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି। ପୂର୍ବରୁ ସେ ଅନେକବାର ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସୋମବାର ପୁଣି ସେହି ନାଟକ କରିଥିଲେ। ୨୦୨୦ରେ ଜେଲ୍‌ର ୱେଲ୍‌ ଫେୟାର ରୁମ୍‌ ବାଥ୍‌ରୁମ୍‌ରେ ଥିବା ଇନ୍‌ଭଟର ତାରକୁ ବେକରେ ଗୁଡାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ମାନସିକ ସ୍ଥିତ ଖରାପ ଥିବାରୁ ଏମିତି କରୁଥାଇ ପାରନ୍ତି ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button