ଏଟିଏମରୁ ୫ ହଜାରରୁ ଅଧିକ ଉଠାଇଲେ ଅତିରିକ୍ତ ଚାର୍ଜ ଲାଗୁହେବ

ନୂଆଦିଲ୍ଲୀ : ଏଣିକି ଏଟିଏମରୁ ପାଞ୍ଚ ହଜାର ଟଙ୍କାରୁ ଅଧିକ ଉଠାଇଲେ ଦେବାକୁ ପଡ଼ିବ। ମାଗଣା ଟ୍ରାନଜାକସନରେ ଏହି ଉଠାଣ ସାମିଲ ହେବ ନାହିଁ। କାରଣ ଏ ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିବ। ଆଗାମୀ ଦିନରେ ଏହି ନିୟମ ଲାଗୁ ହେବ ବୋଲି ଜଣାପଡିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଏଟିଏମ ଶୁକ୍ଳ ସମୀକ୍ଷା ପାଇଁ ଗଠିତ କମିଟି ସୁପାରିଶ ଆଧାରରେ ବ୍ୟାଙ୍କ ଆଠ ବର୍ଷ ପରେ ଏଟିଏମ ଶୁକ୍ଲରେ ପରିବର୍ତ୍ତନ ଆଣିବେ। ମଧ୍ୟପ୍ରଦେଶର ଏସଏଲବିସି ସଂଯୋଜକ ଏସଡି ମାହୁରକରଙ୍କ କହିବା ଅନୁଯାୟୀ କମିଟି ଦଶ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଠ ସହରରେ ଏଟିଏମ ନେଣଦେଶ ବୃଦ୍ଧି ଉପରେ ଜୋର ଦେଇଛି। ସେଠାରେ ଅଧିକାଂଶ ଲୋକ ଅଳ୍ପ ଟଙ୍କା ଉଠାନ୍ତି। ସେଥିପାଇଁ କମିଟି ଅଳ୍ପ ଟ୍ରାନଜାକସନକୁ ମାଗଣା ଟ୍ରାନଜାକସନ ବର୍ଗରେ ରଖିଛି।

ସୂଚନା ଅନୁଯାୟୀ ଗୋଟିଏ ଥରରେ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ଗ୍ରାହକଙ୍କୁ ୨୪ ଟଙ୍କା ଅଧିକ ଦେବାକୁ ପଡ଼ିବ। ବର୍ତ୍ତମାନ ଏଟିଏମରୁ ପାଞ୍ଚଥର ମାଗଣା ଟ୍ରାନଜାକସନ ସୁବିଧା ରହିଛି। ସେହି ସମାନ ମାସରେ ଯଦି ଅଧିକ ଟ୍ରାନଜାକସନ କରାଯାଏ ତେବେ ଷଷ୍ଠ ଟ୍ରାନଜାକସନ ପାଇଁ ୨୦ ଟଙ୍କା ଲାଗୁ ହେଉଛି। ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ମହାନଗରରେ ଗ୍ରାହକଙ୍କୁ ଗୋଟିଏ ମାସରେ ଏଟିଏମରୁ ତିନିଥର ଟଙ୍କା ଉଠାଇବାର ସୁବିଧା ରହିଛି। ଚତୁର୍ଥ ଥର ଟଙ୍କା ଉଠାଇଲେ ଅତିରିକ୍ତ ଟଙ୍କା ଦେବାକୁ ପଡୁଛି।

ମତାମତ ଦିଅନ୍ତୁ ।