ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ବାଲେଶ୍ଵର : ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆକାଶ ମାର୍ଗରେ ଲକ୍ଷ୍ୟ ଭେଦ କରିପାରୁଥିବା ଉଚ୍ଚ ଗତିଯୁକ୍ତ ଅଭ୍ୟାସ ବିମାନର ପରୀକ୍ଷାଣ ସଫଳ ହୋଇଛି। ଅଭ୍ୟାସ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ। କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚପ୍ୟାଡ଼ରୁ ଏହାର ଉତକ୍ଷେପଣ କରଯାଇଥିଲା। ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ଉଡ଼ାଯାଇ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ ଲକ୍ଷ୍ୟ ଭାବେ ବ୍ୟବହାର କରାଯାଇଥିଲା।

ମତାମତ ଦିଅନ୍ତୁ ।