ଆସନ୍ତା କାଲି ଦେଶସାରା ରେଳରୋକ କରିବେ ଚାଷୀ ସଂଗଠନ

ନୂଆଦିଲ୍ଲୀ : ସଂଯୁକ୍ତ କିଷାନ ମୋର୍ଚ୍ଚା କାଲି ସାରା ଦେଶରେ ରେଳରୋକ୍ ଆନ୍ଦୋଳନ କରିବ ବୋଲି ଡାକରା ଦେଇଛି । କାଲି ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଦେଶର ସମସ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ରୋକ୍ କରିବ କୃଷକ ସଂଗଠନ । ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକ ନେତା ମଞ୍ଜିତ୍ ସିଂ ଧନେର କହିଛନ୍ତି କି ଯେଉଁ କୃଷକ ମାନେ ଟିକରୀ, ସିଂଘୁ, ଓ ଗାଜିପୁର ସୀମାରେ ଧାରଣାରେ ବସିଛନ୍ତି ସେମାନେ ରେଳ ରୋକରେ ସାମିଲ ହେବେ ନାହିଁ । ଯେଉଁ କୃଷକ ମାନେ ଗାଁରେ ରହି କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେହିମାନେ ହିଁ ରେଳ ରୋକରେ ସାମିଲ ହେବେ ।

ସେ ଆହୁରି କହିଛନ୍ତି କି ଗତ ୬ ତାରିଖ ଦିନ ଯେଉଁ ଚକାଜାମ୍ ଆନ୍ଦୋଳନ କରାଯାଇଥିଲା ସେଥିରେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟକୁ ବାଦ ଦିଆଯାଇଥିଲା । ମାତ୍ର ଏଥର ରେଳରୋକ୍ ଆନ୍ଦୋଳନରେ ପୁରା ଦେଶର କୃଷକ ମାନେ ଭାଗ ନେବେ । ଏହି ରେଳରୋକ ଆନ୍ଦୋଳନ ମୁଖ୍ୟତ ସରକାରଙ୍କ ଉପରେ ଚାପ ପକାଇବାକୁ କରାଯାଉଛି ବୋଲି ଶ୍ରୀ ଧନେର କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button