ଫିଲ୍ମ ଆରଆରଆର : ରିଲିଜ ହେଲା ଆଲିଆଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ : ଫିଲ୍ମ ‘ଆରଆରଆର’ରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି। ଆଲିଆଙ୍କ ଦମଦାର ଲୁକକୁ ଦେଖି ଦର୍ଶକଙ୍କ ଉତ୍ସୁକତା ବଢିଯାଇଥିବା ବେଳେ ଏହି ଫିଲ୍ମରେ ସେ ସୀତା ଚରିତ୍ରରେ ଅଭିନୟ କରିଛନ୍ତି।

ଆଲିଆଙ୍କ ୨୮ତମ ଜନ୍ମଦିନ ଅବସରରେ ଆଜି ସୋସିଆଲ ମିଡ଼ିଆରେ ଫିଲ୍ମ ‘ଆରଆରଆର’ରେ ତାଙ୍କ ଚରିତ୍ରର ଫାଷ୍ଟ ଲୁକ ରିଲିଜ ହୋଇଛି। ଫଟୋରେ ଆଲିଆ ଶାଢ଼ୀ ପିନ୍ଧି ମନ୍ଦିରରେ ଭଗବାନ ରାମଙ୍କ ମୂର୍ତ୍ତି ସାମ୍ନାରେ ପୂଜା ଥାଳି ରଖି ବସିଥିବା ଦେଖାଯାଇଛି। ଏହି ଫିଲ୍ମକୁ ବାହୁବଳୀ ଫେମ୍ ଏସ୍.ଏସ୍ ରାଜାମୌଲ୍ ନିର୍ଦ୍ଦେଶନା ଦେଉଛନ୍ତି। ପୂର୍ବରୁ ଫଟୋ ସେୟାର କରି ଫିଲ୍ମ ନିର୍ମାତା ଆଲିଆଙ୍କର ଏକ ଝଲକ ଦେଖାଇଥିଲେ।

ଫିଲ୍ମରେ ଆଲିଆଙ୍କ ସହ ଅଜୟ ଦେବଗନ, ରାମ ଚରଣ, ଏନଟିଆର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ଏହା ଏକ ପିରିୟଡ୍ ଡ୍ରାମା ଫିଲ୍ମ। ଯେଉଁଥିରେ ଏ ସମସ୍ତ କଳାକାର ପ୍ରଥମଥର ଏକାସଙ୍ଗେ ପରଦାରେ ନଜର ଆସିବେ। ଫିଲ୍ମଟି ଭାରତର ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରି ସୀତାରାମ ଓ କୋମାରାମ ଭୀମଙ୍କ କାହାଣୀ ଉପରେ ଆଧାରିତ। ଦୁଇ ସଂଗ୍ରାମୀ ଇଂରେଜଙ୍କ ବିରୋଧରେ ସ୍ଵର ଉଠାଇବା ସହିତ ସ୍ୱାଧୀନତା ପାଇଁ ହାଇଦ୍ରାବାଦର ନିଜାମଙ୍କ ସହ ଯୁଦ୍ଧ କରିଥିଲେ। ଅଲ୍ଲୁରି ସୀତାରାମଙ୍କ ଚରିତ୍ରରେ ରାମଚରଣ ଓ କୋମାରାମ ଭୀମଙ୍କ ଚରିତ୍ରରେ ଜୁନିୟର ଏନଟିଆର ଅଭିନୟ କରୁଛନ୍ତି। ଫିଲ୍ମଟି ୧୦ ଭାଷାରେ ରିଲିଜ ହେବ। ଚଳିତବର୍ଷ ଅକ୍ଟୋବର ୧୩ରେ ଫିଲ୍ମ ସିନେମାହଲରେ ରିଲିଜ ହେବ।

Leave a Reply

Your email address will not be published. Required fields are marked *

Back to top button