ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ ଇଣ୍ଡିଆ’ର ଟିଜର, ରିଲିଜ୍

ମୁମ୍ବାଇ : ବଲିଉଡର ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଆକ୍ସନ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ ଇଣ୍ଡିଆ’ର ପ୍ରଥମ ଟିଜର ରିଲିଜ ହୋଇଛି। ଫିଲ୍ମରେ ରହିଛି ଭରପୁର ଆକ୍ସନ, ଫାଇଟ୍ ସିନ୍ ଓ ଦମଦାର ସଂଳାପ। ସାମାଜିକ ଗଣମାଧ୍ୟମରେ ଟିଜର ପୋଷ୍ଟ ହେବା ପରେ ପ୍ରଶଂସକମାନେ ଟ୍ରେଲରକୁ ଚାତକ ପରି ଚାହିଁ ରହିଛନ୍ତି।

ଅଜୟ ଟିଜରଙ୍କୁ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି ଏ ପର୍ଯ୍ୟନ୍ତର ସବୁଠୁ ବଡ ଲଢେଇ। ଫିଲ୍ମର ଟ୍ରେଲର ଆସନ୍ତାକାଲି ରିଲିଜ୍ କରାଯିବ। ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ ଇଣ୍ଡିଆ’ ଅଗଷ୍ଟ ୧୩ରେ କେବଳ ଡିଜ୍‌ନୀ ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହେବ।

ଫିଲ୍ମରେ ପ୍ରମୁଖ ଚରିତ୍ରରେ ଅଜୟ ଦେବଗନ, ସଞ୍ଜୟ ଦତ୍ତ, ଏମି ଓ୍ଵିର୍କ, ସୋନାକ୍ଷୀ ସିହ୍ନା, ଶରଦ କେଲକର ଓ ନୋରା ଫତେହି ଅଭିନୟ କରିଛନ୍ତି। ଦେଶଭକ୍ତିର ଭାବନାରେ ପ୍ରେରିତ ଏହି ଫିଲ୍ମର କାହାଣୀ ସ୍କ୍ଵାଡ୍ରନ ଲିଡର ବିଜୟରଙ୍କ କାହାଣୀ ଉପରେ ପର୍ଯ୍ୟବେସିତ। ଯିଏ ୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭୁଜ ବିମାନ ବନ୍ଦରର ଚନଚାର୍ଜ ଥିଲେ। ବିଜୟ ଓ ତାଙ୍କ ଟିମ୍ ଭୁଜରେ ନଷ୍ଟ ହୋଇଥିବା ଆଇଏଏଫ ଏୟାରବେସ୍‌କୁ କମ ସମୟରେ ୩୦୦ ମହିଳାଙ୍କ ସାହାଯ୍ୟରେ ପୁନର୍ନିମାଣ କରିଥିଲେ। ଏହାକୁ ଭାରତର ‘ପର୍ଲ ହାର୍ବର ମୋମେଣ୍ଟ’ କୁହାଯାଏ। ଫିଲ୍ମଟି ୧୯୭୧ ଭାରତ-ପାକିସ୍ତାନ ଲଢେଇ ଉପରେ ଆଧାରିତ।

ସମ୍ବନ୍ଧିତ ଖବର
between image and heading

Comments are closed.