ଫିଲ୍ମ ସୁଟିଂ ସେଟରେ ଅଭିନେତାଙ୍କ ମୃତ୍ୟୁ

ଥିରୁଅନନ୍ତପୁରମ : କେରଳର କୋଚିରେ ଏକ ମାଲାୟାଲମ ଫିଲ୍ମର ସୁଟିଂ ଚାଲିଥିବା ସମୟରେ ଅଭିନେତା ପ୍ରବୀଶ ଚକକାଲକଲଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୪୪ ବର୍ଷ ହୋଇଥିଲା। ଏକ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ଦିବଂଗତ ଅଭିନେତା ଜଣଙ୍କ ସୁଟିଂ କରୁଥିଲେ। ଫିଲ୍ମଟି କେରଳର ବର୍ଜ୍ୟବସ୍ତୁ ଉପରେ ଆଧାରିତ ଥିଲା ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ସୁଟିଂ ସେଟରେ ଅଭିନେତା ଜଣଙ୍କ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ପ୍ରବୀଶ ଚକକାଲକଲ ଅଭିନେତା ସହିତ ଜଣେ ଡବିଂ କଳାକାର ଭାବରେ କାମ କରୁଥିଲେ। ସେ ଏକ ସିମେଣ୍ଟ କମ୍ପାନୀରେ ମଧ୍ୟ କାର୍ଯ୍ୟ କରୁଥିବା ବେଳେ ଖ୍ରୀଷ୍ଟିଆନ ସେବା ସୋସାଇଟି ସହିତ ଜଡିତ ଥିଲେ।

ମତାମତ ଦିଅନ୍ତୁ ।

Back to top button