ଫିଲ୍ମ ‘ଥଲାଇଭି’ ପାଇଁ ସୁଟିଂକୁ ଫେରିଲେ କଙ୍ଗନା

ମୁମ୍ବାଇ : କରୋନା କଟକଣା ପାଇଁ ଫିଲ୍ମ ସୁଟିଂ ବନ୍ଦ ରହିଥିଲା। ଏବେ ପରିସ୍ଥିତି ସ୍ଵାଭାବିକ ହେଉଛି। କରୋନା ନିୟମ ପାଳନ କରାଯାଇ ଆରମ୍ଭ ହୋଇଛି ଫିଲ୍ମ ଓ ସିରିଏଲ ସୁଟିଂ। ସେଲିବ୍ରିଟିମାନେ ଅଟକି ରହିଥିବା ସେମାନଙ୍କ ଫିଲ୍ମ ସୁଟିଂ ଆରମ୍ଭ କରୁଛନ୍ତି। ଏହି କ୍ରମରେ କଙ୍ଗନା ସୁଟିଂକୁ ଫେରିଛନ୍ତି। ସାତ ମାସର ଲମ୍ବା ଅବଧି ପରେ କଙ୍ଗନା ରଣାୱତ ‘ଥଲାଇଭି’ ସୁଟିଂ ଆରମ୍ଭ କରିବେ। ଏକଥା ସେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଆଉ ନିଜର ଏକାଧିକ ଫଟୋ ସେୟାର କରିଛନ୍ତି। ଦ୍ଵିଭାଷୀ ପ୍ରୋଜେକ୍ଟ ‘ଥଲାଇଭି’ ପାଇଁ ଦକ୍ଷିଣ ଭାରତକୁ ଯାଉଥିବା କହିଛନ୍ତି। ଏଥିପାଇଁ ସେ ସମସ୍ତଙ୍କ ଆଶୀର୍ବାଦ ଲୋଡିଛନ୍ତି।

କଙ୍ଗନା ରଣାୱତ ଏହି ଫିଲ୍ମରେ ଲୋକପ୍ରିୟ ରାଜନେତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଫିଲ୍ମରେ କଙ୍ଗନାଙ୍କ ଅନେକ ଲୁକ୍ ସାମ୍ନାକୁ ଆସିସାରିଛି। ଯାହାକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି। ତେବେ ଗ୍ରାଫିକ୍ସ ବ୍ୟବହାର କରାଯାଇ ଥିବାରୁ ଲୋକେ ଫିଲ୍ମର ଟିଜରକୁ ପସନ୍ଦ କରି ନଥିଲେ।

ମତାମତ ଦିଅନ୍ତୁ ।