ଜାଣନ୍ତୁ କେଉଁ ହସ୍ପିଟାଲରେ ମିଳିବ କରୋନା ଟିକା

ଭୁବନେଶ୍ଵର : ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ଟିକା। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ ଟିକା। ସେହିପରି ଭୁବନେଶ୍ୱରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବ ଟିକା। ସେଥିରୁ ଘରୋଇ ହସପିଟାଲ ଗୁଡ଼ିକ ହେଲା ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ।