ପ୍ରଥମ ଶ୍ରେଣୀ ପିଲା ପଢିବେ ଇଂରାଜୀ ପାଠ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର : ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା ନେଇ ପଦକ୍ଷେପ ନିଆଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପିଲାଙ୍କ ମଧ୍ୟରେ ଇଂରାଜୀ କଥୋପକଥନ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ସ୍କୁଲକୁ ଏଥିରେ ସାମିଲ କରାଯିବ। ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।