କରୋନା ପାଇଁ ସମାବେଶ ଉପରେ ଲାଗିଲା ରୋକ୍

ମୁମ୍ବାଇ : ପୁଣିଥରେ ଦେଶରେ କରୋନା ସଂକ୍ରମଣ ଡରାଇବା ଆରମ୍ଭ କଲାଣି। ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏହି କାରଣରୁ ମହାରାଷ୍ଟ୍ରର କିଛି ସ୍ଥାନରେ ଲକଡାଉନ ଲାଗୁ କରାଯାଇଛି। ସେହିପରି ରାଜ୍ୟରେ ସମସ୍ତ ପ୍ରକାରର ସମାବେଶ ଉପରେ ରୋକ ଲଗାଯାଇଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ସତର୍କ କରାଇବାକୁ ଯାଇ ଲକଡାଉନର ଭୟ ମଧ୍ୟ ଦେଖାଇଛନ୍ତି। ସେ କହିଛନ୍ତି, ଆଗାମୀ ୮ଦିନ ଯାଏ ସମସ୍ତେ କରୋନା ପାଇଁ ଜାରି କଟକଣାକୁ ବେଶ ଭଲ ଭାବେ ପାଳନ କରିବେ। ଯଦି କେହି ଏହାକୁ ନ ମାନିବେ ତା’ହେଲେ ବାଧ୍ୟ ହୋଇ ପୁଣିଥରେ ରାଜ୍ୟରେ ଲକଡାଉନ ଲାଗୁ କରାଯିବ।

ସେହିପରି କିଛିଦିନ ପାଇଁ ରାଜ୍ୟରେ ରାଜନୀତିକ, ସାମାଜିକ ଓ ଧାର୍ମିକ ସମାବେଶ ଉପରେ ଲଗା ଯାଇଛି। କଟକଣା ଭିତରେ କୌଣସି ବିକ୍ଷୋଭ ପାଇଁ ଲୋକମାନେ ଏକାଠି ହୋଇପାରିବେ ନାହିଁ। ୩୦ ମିନିଟର ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଲକଡାଉନରୁ ବର୍ତ୍ତିବାର ସୁଯୋଗ ଲୋକଙ୍କ ହାତରେ ରହିଛି। ବର୍ତ୍ତମାନ ମୁଁ ସମସ୍ତଙ୍କୁ ପଚାରିବାକୁ ଚାହୁଁଛି ଯେ ଆମେ ପୁଣି ଲକଡାଉନ ଲାଗୁ କରିବା କି ? ଯେଉଁମାନେ ଲକଡାଉନ ଚାହୁଁନାହାନ୍ତି, ସେମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର କରନ୍ତୁ। ଯେଉଁମାନେ ପୁଣି ଲକଡାଉନ ଚାହୁଁଛନ୍ତି, ସେମାନେ ଏହି ସବୁ ନିୟମକୁ ଭାଙ୍ଗି ପାରିବେ। କିଏ ଲକଡାଉନ ଚାହୁଁଛି ଓ କିଏ ଲକଡାଉନ ଚାହୁଁନାହିଁ, ତା’ ଉପରେ ଆମ ନଜର ରହିଛି।

Leave a Reply

Your email address will not be published. Required fields are marked *

Back to top button