ଫ୍ରିଜ୍‌‌ରେ ଖାଦ୍ୟ ସୁରକ୍ଷିତ କି ?

ଆମ ଦେଶରେ ଫ୍ରିଜରେ ଖାଦ୍ୟ ପଦାର୍ଥ ରଖିବା ସ୍ଵାସ୍ଥ୍ୟ ପାଇଁ ସୁରକ୍ଷିତ କି ? ଏ ବିଷୟରେ ଅନେକ ସଚେତନ ନୁହଁନ୍ତି। କାରଣ ଆମେରିକା ଓ ୟୁରୋପ ଆଦି ଥଣ୍ଡା ପାଗ ରହୁଥିବା ରାଷ୍ଟ୍ରରେ ଲୋକେ ଡିପ୍‌ ଫ୍ରିଜରେ ୨ରୁ ୩ ସପ୍ତାହ ଧରି ଖାଦ୍ୟପାନୀୟ ମହଜୁଦ୍ ରଖିଥାନ୍ତି। କିନ୍ତୁ ଆମ ଦେଶର ପରିବେଶ ଭିନ୍ନ। ତେଣୁ ରନ୍ଧା ଖାଦ୍ୟ କିମ୍ବା ପନିପରିବା ଅଧିକ ଦିନ ଫ୍ରିଜ୍‌‌ରେ ସାଇତି ରଖିଲେ ତାହାର କୁପ୍ରଭାବ ପଡ଼ିଥାଏ। ଆସନ୍ତୁ ଏ ସମ୍ପର୍କରେ ଜାଣିବା :-

୧- ସବୁବେଳେ ମ​‌ନେରଖିବେ ଫୁଡ୍‌ ଷ୍ଟୋର୍‌ରେ ମିଳୁଥିବା ଫ୍ରୋଜନ୍‌ ଫୁଡ୍‌କୁ ଡିପ୍ ଫ୍ରିଜର୍‌ରେ ହିଁ ରଖିବେ। କେତେଦିନ ପର୍ଯ୍ୟନ୍ତ ଏସବୁ ଖାଇହେବ ତାହା ମଧ୍ୟ ପ୍ୟାକେଟ୍ ପଛରେ ଉଲ୍ଲେଖ ଥାଏ। 

୨- ଭାତ, ଫ୍ରାଏଡ୍ ରାଇସ୍, ପଲଉ ଓ ବିରିୟାନୀ ଆଦି ବ୍ୟଞ୍ଜନକୁ ୪୮ ଘଣ୍ଟାରୁ ଅଧିକ ସମୟ ଫ୍ରିଜ୍‌ରେ ରଖିବା ଅନୁଚିତ। ଏପରି କରୁଥିଲେ ଖାଦ୍ୟରେ ବ୍ୟାକ୍ଟେରିଆ ହୋଇ ପେଟ ସଂକ୍ରମଣର ଭୟ ରହିଛି।  

୩- ରନ୍ଧା ଖାଦ୍ୟ ଓ କଞ୍ଚା ପରିବା, ଫ୍ରିଜ୍‌ରେ ଅଲଗାଅଲଗା କରି ରଖନ୍ତୁ। ସେହିପରି କେତେଜଣ କଟା ଫଳ, ଫଳ ରସ ଇତ୍ୟାଦି ତିଆରି କରି ଫ୍ରିଜ୍‌‌ରେ ରଖିଦିଅନ୍ତି। କିନ୍ତୁ ଏସବୁ ସତେଜ ଖାଇବା ସ୍ଵାସ୍ଥ୍ୟ ପାଇଁ ଭଲ। 

୪- ପାଚିଲା ଅମୃତଭଣ୍ଡା ସ୍ଵାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଏହି ଫଳକୁ ୬ ଘଣ୍ଟାରୁ ଅଧିକ ସମୟ ଫ୍ରିଜ୍‌ରେ ରଖିବା ଅନୁଚିତ। 

୫- ଆଜିକାଲି ଫୁଡ୍‌ ଷ୍ଟୋର୍‌ରୁ ମିଳୁଥିବା ଫ୍ରୋଜେନ୍‌‌ ମଟର, ମକା, ଅନ୍ୟାନ୍ୟ କଟା ପରିବା ଇତ୍ୟାଦିକୁ ଆପଣ ଏକ ନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖାଇପାରିବେ। 

୬- ଫ୍ରୋଜେନ୍ ପରଟା, ରୁଟି ଇତ୍ୟାଦି ଖାଇବା ଠାରୁ ଦୂରେଇ ରୁହନ୍ତୁ। କଦବା କ୍ଵଚିତ୍ ଏସବୁ ଖାଇପାରନ୍ତି। କିନ୍ତୁ ନିୟମିତ ଏସବୁ ଖାଇଲେ ବିଭିନ୍ନ ରୋଗ ହେବାର ଭୟ ଥାଏ।

ମତାମତ ଦିଅନ୍ତୁ ।