ଗାଁ’ ଦାଣ୍ଡରେ ଶବ ଛାଡିଲେନି: ମୃତଦେହ ପଡ଼ିରହିଲା

ପଟ୍ଟାମୁଣ୍ଡାଇ : ଗାଁ’ର ରାସ୍ତା ବନ୍ଦ ଯୋଗୁ ୯ ଘଣ୍ଟା ଧରି ଗାଁ ଦାଣ୍ଡରେ ମୃତଦେହ। ଏପରି ଘଟଣା ରାଜନଗର ବ୍ଲକ କୁରୁଣ୍ଟି ପଂଚାୟତ ଶିରିଗଡ ଗାଁ’ରେ ଘଟିଛି।

ଖବର ଅନୁଯାୟୀ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାଯତ ଶିରିଗଡ ଗାଁର ସୁକଦେବ ସ୍ୱାଇଁଙ୍କର ଆଜି ସକାଳେ ବ୍ରେନଷ୍ଟ୍ରୋକରେ ମୃତ୍ୟୁ ଘଟିଥିଲା। ଦିନ ପ୍ରାୟ ୯ ଘଟିକା ସମୟରେ ପରିବାର ଲୋକେ ଶବକୁ କୋକେଇରେ ଗାଁ ମଶାଣିକୁ ନେଉଥିଲେ। କିନ୍ତୁ ଘରଠାରୁ ମାତ୍ର କେତେ ମିଟର ଯିବାପରେ ଗାଁ’ ଦାଣ୍ଡରେ ବାଉଁଶ ବାନ୍ଧି ଶବକୁ ଅଟକାଇ ଦିଆଗଲା। କୁହାଗଲା ରାସ୍ତା ଆମର ଜାଗାରେ ତିଆରି ହୋଇଛି। ଏହି ବାଟ ଦେଇ ଶବ ମଶାଣିକୁ ଯାଇପାରିବ ନାହିଁ। ଗାଁ’ର ଗୋଟିଏ ଗୋଷ୍ଠୀ ଏପରି ଶବ ଅଟକାଇଥିଲେ।

ଖବରପାଇ ଘଟଣା ସ୍ଥଳରେ ପହଁଚିଥିଲେ ତହସିଲଦାର ଓ ଥାନା ଅଧିକାରୀ। ଗାଁ ଦାଣ୍ଡରେ ଶବ ମଶାଣିକୁ ଯିବ ବୋଲି ସେମାନେ କହିବାରୁ ଶବ ଅଟକାଇଥିବା ଲୋକେ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଠେଲାପେଲା କରି ଗଣ୍ଡଗୋଳ କରିବାକୁ ଆଗେଇ ଆସିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ମଧ୍ୟରେ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପରାହ୍ନରେ ପୋଲିସ ପହଞ୍ଚିଥିଲା। ସେତେବେଳ ପର୍ଯ୍ୟନ୍ତ ଶବ ପଡି ରହିଥିଲା। ଗଣ୍ଡଗୋଳକାରୀ ଶବ ଛାଡିବେନି ବୋଲି ଜିଦରେ ଅଟଳ ରହିଥିଲେ। ଏସଡିପିଓ ଘଟଣା ସ୍ଥଳରେ ପହଁଚିବା ପରେ ଉଭୟ ପକ୍ଷର ମୁରବୀ, ସରପଂଚ, ତହସିଲଦାର ଓ ପୋଲିସ ବସି ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଥିବା ଖବର ମିଳିଛି।

ମତାମତ ଦିଅନ୍ତୁ ।