ଗାଧୋଇବାକୁ ଯାଇ ୨ ଛାତ୍ର ନିଖୋଜ

କେନ୍ଦ୍ରାପଡ଼ା : ହୋଲି ଖେଳ ପରେ ନଦୀରେ ଗାଧୋଉଥିବାକୁ ଯାଇଥିବା ଦୁଇଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ ଏହି ଅଘଟଣ ଘଟିଛି। ଛାତ୍ରଦ୍ୱୟଙ୍କ ନାମ ସୌମ୍ୟ ରଞ୍ଜନ ଦାସ ଓ ସ୍ମୃତି ରଞ୍ଜନ ଦାସ।

ଖବର ଅନୁଯାୟୀ ଠାକୁରଙ୍କ ହୋଲି ଖେଳ ପରେ ସାଙ୍ଗମାନଙ୍କ ସହିତ ଯୁକ୍ତ ୩ର ଛାତ୍ର ସୌମ୍ୟ ଓ ୯ ଶ୍ରେଣୀର ଛାତ୍ର ସ୍ମୃତି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଦୁଇଜଣ ଗଭୀର ଜଳକୁ ଚାଲି ଯାଇଥିଲେ। ଅନ୍ୟ ଦୁଇଜଣ ଉଦ୍ଧାର କରିବାକୁ ପ୍ରାୟାସ କରି ‍ବିଫଳ ହୋଇଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ଅଭିଯାନ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button