Breaking Newsରାଜ୍ୟ

ଗାଡି ଅଟକାଇ ଖାଇବାକୁ ମାଗୁଛି ହାତୀ

ବଣାଇ : କେନ୍ଦୁଝର ଜିଲ୍ଲାରେ ହାତୀ ଘର ଭାଙ୍ଗି ନଷ୍ଟ କରୁଥିବା ବେଳେ ସୁନ୍ଦରଗଡରେ ଗୋଟିଏ ହାତୀ ଖାଇବାକୁ ମାଗୁଛି। ଟେନସା-ବରସୁଁଆ ରାଜରାସ୍ତାର ଏହି ଦୃଶ୍ୟ ଦେଖିବାକୁ ମିଳିଛି। କିନ୍ତୁ କିଛି କ୍ଷତି କରୁନାହିଁ।

ଖବର ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ହାତୀକୁ ନେଇ ଚର୍ଚ୍ଚା। ଟେନସା-ବରସୁଁଆ ରାଜରାସ୍ତାରେ ହାତୀ ମାଗୁଛି ଖାଦ୍ୟ। ଯେତେବେଳେ ଇଚ୍ଛା ରାସ୍ତା ଉପରକୁ ଆସି ଗାଡ଼ି ଅଟକାଉଛି। ଶୁଣ୍ଢକୁ ବଢ଼ାଇ ଖାଇବାକୁ ମାଗୁଛି। ସେ କାହାର କିଛି କ୍ଷତି କରିନି। କିନ୍ତୁ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। ଖାଦ୍ୟ ମିଳିଗଲେ ପଳାଇ ଯାଉଛି ଜଙ୍ଗଲକୁ। ସେଠାରୁ ଏହି ହାତୀଟିକୁ ଘଉଡ଼ାଇବା ପାଇଁ ବନ ବିଭାଗ ଏଯାଏ ସଫଳ ହୋଇପାରିନି। ବରସୁଆଁ ରେଞ୍ଜର କହିଛନ୍ତି ଆମେ ଟ୍ରାକ କରିଛୁ ଦୁଇଟି ହାତୀ ଅଛନ୍ତି। ଗୋଟିଏ ରାସ୍ତାକୁ ଆସି ଖାଦ୍ୟ ମାଗୁଛି। ସେ ଭାରି ଶାନ୍ତ। କାହାର କିଛି କ୍ଷତି କରୁନଥିଲେ ହେଁ ଆମ ଟିମ ତା’ ଉପରେ ନଜର ରଖିଛି।

ମତାମତ ଦିଅନ୍ତୁ ।

Back to top button