ଗାଡି ଲୁଟେରା ଗ୍ୟାଙ୍ଗର ୬ ଗିରଫ, ୪୫ ବାଇକ୍‌ ଜବତ

ପୁରୀ : ବାଇକ୍‌ ଲୁଟେରା ଗ୍ୟାଙ୍ଗ ଡେଲାଙ୍ଗ ଥାନା ପୋଲିସ ହାତରେ ଦରାପଡିଛନ୍ତି। ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୋଲିସ ୬ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ୪୫ଟି ବାଇକ୍‌ ଜବତ କରିଛି। ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାମ୍ପେଡା ଗାଁର କାଲୁ ଭୋଇ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବେଣାପଂଜରୀ ଗାଁର ମହମ୍ମଦ ଅରବାଜ ଓରଫ ମଙ୍ଗୁଳୁ, ଖୋର୍ଦ୍ଧା ଜିଲ୍ଲା ବାରଘରପାଟଣା ଗାଁର ରାକେଶ କାଣ୍ଡି, ଜଙ୍କିଆ ଥାନା ଅନ୍ତର୍ଗତ ମୁକ୍ତାପୁର ଗାଁର ଗୋବିନ୍ଦ ଜେନା, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବରପତା ଗାଁର ବିଶ୍ୱଜିତ ସିଂହ ଓ ଜଟଣୀ ଥାନା ଅନ୍ତର୍ଗତ ବେଣାପଂଜରୀ ଗାଁର ଅମିରୁଉଦ୍ଦିନ ଖାନ୍‌।

ସାମ୍ବାଦିକ ସମ୍ମିଳନୀରେ ପିପିଲି ଡିଏସ୍‌ପି ଦେବଦତ୍ତ ବରାଳ କହିଛନ୍ତି କୁଆପଦା ଗ୍ରାମ ନିକଟସ୍ଥ କୁମୁକା ଜଙ୍ଗଲରେ ଚୋରାଗାଡ଼ି ରଖି ବିକ୍ରି କରୁଥିବା ପୋଲିସକୁ ସୂତ୍ରରୁ ସୂଚନା ମିଳିଥିଲା। ଭାରାପ୍ରାପ୍ତ ନିରୀକ୍ଷକ ରଶ୍ମୀରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢ଼ଉ କରି ଘଟଣାସ୍ଥଳରୁ ୧୦ଟି ଚୋରା ବାଇକ୍‌ ଜବତ କରିଥିଲେ। ଏହି ଘଟଣାରେ କାଲୁ ଭୋଇ, ମହମ୍ମଦ ଅରବାଜ, ରାକେଶ କାଣ୍ଡି ଓ ଗୋବିନ୍ଦ ଜେନାକୁ ଗିରଫ କରଯାଇଥିଲା।

ମତାମତ ଦିଅନ୍ତୁ ।