ଗାଁ ଦାଣ୍ଡରେ ବିଭତ୍ସ ହତ୍ୟାକାଣ୍ଡ

ନୟାଗଡ଼ : ଇଟାମାଟି ଥାନା ଅଞ୍ଚଳର ବାଉଁଶିଆପଡ଼ା ମାଳିସାହି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ପଡ଼ୋଶୀଙ୍କ ସହ ସମ୍ପତ୍ତି ବିବାଦକୁ ନେଇ କ୍ଷେତ୍ରବାସୀ ମହାପାତ୍ରଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ଦିଆଯାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଗତକାଲି ସନ୍ଧ୍ୟାରେ କ୍ଷେତ୍ରବାସୀ ଓ ପଡ଼ୋଶୀ ଜଗବନ୍ଧୁ ମହାପାତ୍ରଙ୍କ ମଧ୍ୟରେ ସଂପତ୍ତିକୁ ନେଇ ଝଗଡ଼ା ହୋଇଥିଲା। କ୍ଷେତ୍ରବାସୀ ଏ ନେଇ ଇଟାମାଟି ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଓ ସ୍ଥାନୀୟ ଭଦ୍ରଲୋକ ଉଭୟ ପରିବାରକୁ ବୁଝାସୁଝା କରିଥିଲେ। ତେବେ ବିଳମ୍ବିତ ରାତିରେ କୌଣସି କାରଣରୁ ପୁଣି ବିବାଦ ଉପୁଜିବାରୁ ଏଭଳି ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଛି। ଏହି ଘଟଣାରେ ସନ୍ଦିଗ୍ଧ ଜଗବନ୍ଧୁଙ୍କୁ ଇଟାମାଟି ପୋଲିସ ଅଟକ ରଖିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।