ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ : ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା : ନିକିରାଇ ଥାନା ଅନ୍ତର୍ଗତ କୋର ଗାଁରେ ପାରିବାରିକ କଳହକୁ ନେଇ ଗଣ୍ଡଗୋଳ। ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ। ଏହି ଭିଡିଓ ଭାଇରାଲ ହେବା ପରେ ଜୋରଦାର ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ମାଡ ଖାଇଥିବା ମହିଳାଙ୍କ ସୁଚିସ୍ମିତା ଭଦ୍ର। ପାରିବାରିକ ଗଣ୍ଡଗୋଳକୁ ନେଇ କିଚିଲୋକ ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିଥିବା ଜଣାପଡ଼ିଛି। ଏକ ଘରକୁ ନେଇ ଉଭୟ ପରିବାର ଭିତରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଶୁକ୍ରବାର ଅପରାହ୍ନରେ ଉଭୟ ପରିବାର ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କିଛି ଲୋକ ସୁଚିସ୍ମିତାଙ୍କୁ ବାଉଁଶରେ ବାଡ଼େଇ ଥିବ ବେଳେ ମହିଳାମାନେ ତାଙ୍କୁ ତଳେ ପକାଇ ମାଡ ମାରିଥିଲେ। ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ଶାଶୂ ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଇଥିବା ମାମଲା ଥାନାରେ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button