ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ ଘଟଣାରେ ୩ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମାରିବା ଘଟଣାରେ ନିକିରାଇ ପୋଲିସ ୩ ଜଣଙ୍କୁ ଗିରଫ୍ କରିଛି। ସେମାନେ ହେଲେ ଶରତ ଚନ୍ଦ୍ର ନାୟକ, ପୁଅ ମୁନା ଓ ନିରଞ୍ଜନ ନାୟକ।

ଖବର ଅନୁଯାୟୀ ପୀଡିତା ମହିଳାଙ୍କ ମାମୁଁଙ୍କ ଏତଲା ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ ରହିଛି ଅଭିଯୋଗ। ଗିରଫ୍ ଅଭିଯୁକ୍ତମାନେ ପୀଡିତା ସୁଚିସ୍ମିତାଙ୍କ ସ୍ୱାମୀ ଜିତେନ୍ଦ୍ର ପ୍ରଧାନଙ୍କ ମାମୁଁ ଘର ଲୋକ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ପାରିବାରିକ କଳହକୁ ନେଇ ଗତ ୨ ତାରିଖ ଦିନ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପରେ ସୁଚିସ୍ମିତାଙ୍କୁ ତାଙ୍କ ସ୍ୱାମୀଙ୍କ ମାମୁଁ ଘର ଲୋକେ ଗାଁ ଦାଣ୍ଡରେ ମାଡ ମାରିଥିଲେ। ଏହାର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ କହିଥିଲା ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ୍ କରାଯିବ।

Leave a Reply

Your email address will not be published. Required fields are marked *

Back to top button