ଗଣଦୁଷ୍କର୍ମ : ଜଣକୁ ଆଜୀବନ ଓ ନାବାଳକକୁ ୨୦ବର୍ଷ ଜେଲ୍‌

0

କେନ୍ଦୁଝର : ଘଷିପୁରା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଗଣ ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି କେନ୍ଦୁଝର ଏଡିଜେ ତଥା ସ୍ୱତନ୍ତ୍ର ଜଜ୍‌ କୋର୍ଟ ଜଣକୁ ଆଜୀବନ ଓ ଜଣେ ନାବାଳକକୁ ୨୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ ୨୦୧୯ ଅକ୍ଟୋବର ୧୨ ତାରିଖରେ ଘଷିପୁରା ଥାନା ଯୁଗଲକିଶୋରପୁର ଗାଁରେ ଫୁଟ୍‌ବଲ୍‌ ମ୍ୟାଚ ହେଉଥିଲା। ସେଠାରେ ଜଣେ ବ୍ୟକ୍ତି ଜଳଖିଆ ଦୋକାନ କରିଥିଲେ। ତାଙ୍କୁ ବିକ୍ରିରେ ସହାୟତା କରିବା ପାଇଁ ନାବାଳିକା ଝିଅ ଯାଇଥିଲେ। ସନ୍ଧ୍ୟାରେ ନାବାଳିକା କିଛି ଜିନିଷ ଧରି ଘରକୁ ଫେରୁଥିଲେ। ଏହି ସମୟରେ ଓସ୍ତାପୁରା ଗାଁର ଈଶ୍ୱର ଲୋହାର ଓ ଜଣେ ୧୭ ବର୍ଷୀୟ ନାବାଳକ ନାବାଳିକାକୁ ଟେକିନେଇ ଦୁଷ୍କର୍ମ କରି ପଳାଇ ଯାଇଥିଲେ। ନାବାଳିକା ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ପରେ ଘଷିପୁରା ଥାନାରେ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.