ଗନ୍ଧମାର୍ଦ୍ଦନରେ ନକ୍ସଲ-ଏସ୍‌ଓଜିଙ୍କ ମଧ୍ୟରେ ଗୁଳି ବିନିମୟ

ବରଗଡ଼ : ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ଆଜି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ ପ୍ରବଳ ବର୍ଷା ଯୋଗୁ ସେମାନେ ଖସିଯିବାକୁ ସକ୍ଷମ ହୋଇଥିବା ବେଳେ ଠାବ କରାଯାଇଥିବା କ୍ୟାମ୍ପରୁ ଗୁଳି ଓ କିଛି ସାମଗ୍ରୀ ଜବତ କରାଯାଇଛି।

ଖବର ଅନୁଯାୟୀ ରବିବାର ଗନ୍ଧମାର୍ଦ୍ଦନ ପାହାଡରେ ବରଗଡ଼ ଓ ବଲାଙ୍ଗିର ଏସଓଜି ମିଳିତ ଭାବେ କମ୍ବିଂ କରିଥିଲେ। ଏହି ସମୟରେ ନକ୍ସଲ କ୍ୟାମ୍ପ ସମ୍ପର୍କରେ ମିଳିଥିଲା ସୂଚନା। ସୁରକ୍ଷାକର୍ମୀଙ୍କୁ ସେମାନେ ଗୁଳି ଚଳାଇଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ନକ୍ସଲମାନେ ଜଙ୍ଗଲ ଭିତରକୁ ପଳାଇଥିଲେ। ଘଟଣାସ୍ଥଳରୁ ସୁରକ୍ଷାକର୍ମୀମାନେ ଗୁଳି ସହିତ ନକ୍ସଲ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।