ଗାନ୍ଧିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ : ସାଂସଦ ପ୍ରତିନିଧିଙ୍କ ନାଁରେ ଏତଲା

ଉମରକୋଟ : ଦଳୀୟ ସଭାରେ ମହାତ୍ମା ଗାନ୍ଧିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ। ସେ କହିଛନ୍ତି ମହାତ୍ମା ଗାନ୍ଧି ପିଲାବେଳେ ସିଗାରେଟ୍ ପିଇ ଦେଇଥିଲେ। ଶ୍ରୀ ପାଢୀ ଏପରି କହିଥିବାରୁ ଆଇନଜିବୀ ଖେମରାଜ ବାଘ ତାଙ୍କ ନାଁରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ବାସ ଭବନରେ ଆୟୋଜିତ ଦଳୀୟ ବୈଠକରେ ଯୋଗ ଦେଇଥିଲେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ। ଏହି ଅବସରରେ ସେ କହିଥିଲେ ସାଂସଦ ରମେଶ ମାଝୀ ଏଭଳି ଜଣେ ବ୍ୟକ୍ତି ଯାହାଙ୍କ ନାଁରେ କଳଙ୍କ ନାହିଁ। ମନରେ ଅଂହକାର, ଗର୍ବ କିମ୍ବା ହିଂସା ନାହିଁ। ମୁଁ ତ କହିବି ସେ ଜଣେ ପୁରୁଷ ନୁହେଁ, ମହାତ୍ମା ଗାନ୍ଧିଙ୍କ ଭଳି ମହାପୁରୁଷ। ମହାତ୍ମା ଗାନ୍ଧି ତ ପିଲାବେଳେ ସିଗାରେଟ୍ ପିଇ ଦେଇଥିଲେ। କିନ୍ତୁ ରମେଶ ଭାଇ ସିଗାରେଟ୍ କି ବିଡି ପିଇନାହାନ୍ତି। ତେଣୁ ଆମ ନେତା ଜଣେ ମହାନ ପୁରୁଷ।

ସାଂସଦ ପ୍ରତିନିଧିଙ୍କର ଏହି ଭିଡିଓ ଭାଇରାଲ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରମୋଦଙ୍କ ମନ୍ତବ୍ୟ ମହାତ୍ମା ଗାନ୍ଧିଙ୍କ ପ୍ରତି ଘୋର ଅପମାନ ବୋଲି ଦର୍ଶାଇ ଆଇନଜୀବୀନ ଶ୍ରୀ ବାଘ ଚନ୍ଦାହାଣ୍ଡି ଏତଲା ଦେଇଛନ୍ତି। ଘଟଣାର ତଦନ୍ତ କରି ସାଂସଦଙ୍କ ପ୍ରତିନିଧିଙ୍କୁ ଗିରଫ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button