ଗଣେଶ ଭସାଣିକୁ ନେଇ ହତ୍ୟାକାଣ୍ଡ

ଆସିକା : ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ଆକ୍ରମଣରେ ନାଗା ଗୌଡ଼ ନାମକ ଜଣେ ଯୁବକର ମୃତ୍ୟୁ ହୋଇଛି। ଏହି ଘଟଣା ଗଞ୍ଜାମ ଜିଲ୍ଲା ଆସିକର ନଲବଣ୍ଟା ଗ୍ରାମ କୋଳି ସାହିରେ ଘଟିଛି।

ଖବର ଅନୁଯାୟୀ ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ପୂର୍ବରୁ ଦୁଇପକ୍ଷ ମଧ୍ୟରେ ବିବାଦ ରହିଥିଲା। ଗତକାଲି ରାତିରେ ନାଗାଙ୍କର ଅପର ଗୋଷ୍ଠୀ ସହିତ କଥା କଟାକଟି ହେବାରୁ ୪ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁ ଘଟଣାସ୍ଥଳରେ ନାଗାର ମୁତ୍ୟୁ ହୋଇଥିଲା। ଖବର ପାଇଁ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ବେଳେ ୪ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।