ଗଙ୍ଗାଜଳ ବ୍ୟବହାରକାରୀଙ୍କ ଉପରେ କମ୍ ରହୁଛି କରୋନା ପ୍ରଭାବ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସର ମୁକାବିଲା କୌଣସି ଟିକା ଆସିନାହିଁ। ସମଗ୍ର ବିଶ୍ଵରେ ଏଥିପାଇଁ ପ୍ରୟାସ ଜାରି ରହିଥିବା ବେଳେ କେତୋଟି ଦେଶରେ ଟିକା ପରୀକ୍ଷାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନା ଭାଇରସ ସମ୍ପର୍କରେ ଅଧିକ ଜାଣିବା ପାଇଁ ବିଶେଷଜ୍ଞମାନେ ଏହି ଚଳାଇଛନ୍ତି ଗବେଷଣା। ଏହିଭଳି ସମୟରେ କିଛି ଗବେଷକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଗଙ୍ଗଜଳ। ଏହି ଜଳରେ ସ୍ନାନ ଓ ପିଉଥିବା ଲୋକଙ୍କ ଉପରେ କରୋନାର ପ୍ରଭାବ କମ ରହୁଛି। ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆଇଏମଏସ ଟିମ ଗଙ୍ଗା ନଦୀ କୁଳରେ ରହୁଥିବା ଲୋକଙ୍କ ଉପରେ କରୋନା ପ୍ରଭାବକୁ ନେଇ ଗବେଷଣା କରିଥିଲେ। ଗଭୀର ଅଧ୍ୟୟନ ଓ ଗବେଷଣା ପରେ ଟିମ ଏହି ନିଷ୍କର୍ସରେ ପହଞ୍ଚିଛି ଯେ ନିୟମିତ ଗଙ୍ଗାଜଳ ବ୍ୟବହାର କରୁଥିବା ଲୋକଙ୍କ ଉପରେ କରୋନାର ପ୍ରଭାବ ମାତ୍ର ୧୦ ପ୍ରତିଶତ ରହିଛି। ଆମେରିକାର ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ମାଇକ୍ରୋ ବାୟୋଲୋଜି ଅଙ୍କରେ ମଧ୍ୟ ଏହା ପ୍ରକାଶିତ ହୋଇଛି।

ସୂଚନା ଅନୁଯାୟୀ ଆଇଏମଏସ ଟିମ ରବିବାର ଦିନ ପଞ୍ଚଗଙ୍ଗା ଘାଟରେ ୪୯ ଜଣଙ୍କ ନମୁନା ପରୀକ୍ଷା କରିଥିଲେ। ଏଥିରୁ ଜଣାପଡିଛି ୪୮ ଜଣଙ୍କର ନେଗେଟିଭ ଓ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ଏହା ପୂର୍ବଦିନ ଅର୍ଥାତ ବୁଧବାର ଦିନ ଭଦୈନି, ତୁଲସୀଘାଟ, ହରିଶ୍ଚନ୍ଦ୍ର ଘାଟ ଓ ଚେତସିଂହ ଘାଟରେ ୫୪ ଜଣଙ୍କର ନମୁନା ପରୀକ୍ଷା କରଯାଇଥିଲା। କିନ୍ତୁ ସମସ୍ତଙ୍କ ରିପୋର୍ଟ ଆସିଥିଲା ନେଗେଟିଭ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ନ୍ୟୁରୋଲୋଜି ବିଭାଗର ଅଧ୍ୟକ୍ଷ ଡ. ରାମେଶ୍ୱର ଚୌରାସିଆ, ନ୍ୟୁରୋଲୋଜିଷ୍ଟ ପ୍ରଫେସର ବିଏନ ମିଶ୍ରଙ୍କ ନେତୃତ୍ୱରେ କାମ କରୁଥିବା ଏହି ଟିମ ରିସର୍ଚ୍ଚ ପରେ ଦାବି କରିଥିଲେ ଗଙ୍ଗାଜଳରେ ସ୍ନାନ କରୁଥିବା ୯୦ ପ୍ରତିଶତ ଲୋକ କରୋନା ଭାଇରସ ପ୍ରକୋପରୁ ସୁରକ୍ଷିତ ଅଛନ୍ତି। ଏହାଛଡା ଗଙ୍ଗାକୂଳରେ ବାସ କରୁଥିବା ଲୋକେ ଅନ୍ୟ ସହର ତୁଳନାରେ ୫୦ ପ୍ରତିଶତ କମ ସଂକ୍ରମିତ। ଏମାନେ ସଂକ୍ରମଣ ପରେ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଫେସର ବିଏନ ମିଶ୍ର କହିଛନ୍ତି ଗବେଷଣା ପାଇଁ ଗୋମୁଖରୁ ଗଙ୍ଗାସାଗର ଯାଏଁ ୧୦୦ଟି ସ୍ଥାନରେ ନମୁନା ସଂଗ୍ରହ କରାଯାଇଥିଲା। କରୋନା ରୋଗୀଙ୍କ ଫେଜ ଥେରାପି ପାଇଁ ଗଙ୍ଗାଜଳର ନୋଜାଲ ସ୍ପ୍ରେ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହାର ଡିଟେଲ ରିପୋର୍ଟ ଆଇଏମଏସ ଏଥିକାଲ କମିଟିକୁ ପଠାଯାଇଛି। ପ୍ରଫେସର ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ଟିମ ଏଥିକାଲ କମିଟିର ସହାମତି ପରେ ମାନବ ପରୀକ୍ଷଣ ଆରମ୍ଭ କରାଯିବ। ଅନୁମତି ମିଳିବା ପରେ ୨୫୦ ଲୋକଙ୍କ ଉପରେ ପରୀକ୍ଷଣ କରାଯିବ। ଏହାପରେ ଫଳାଫଳ ଅଧ୍ୟୟନ କରି ରିପୋର୍ଟ ଇଣ୍ଡିଆନ କାଉନ୍ସିଲ ଅଫ ରିସର୍ଚ୍ଚକୁ ପଠାଯିବ।

ମତାମତ ଦିଅନ୍ତୁ ।