ଗଙ୍ଗାରାମ ହସ୍ପିଟାଲରେ ୨୫ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ ଆଡକୁ ଯାଉଛି। ସଂକ୍ରମଣ ବଢିଚାଲିଥିବା ବେଳେ ଅନେକ ହସ୍ପିଟାଲରେ ଦେଖିବାକୁ ମିଳିଛି ଅକ୍ସିଜେନ ଓ ବେଡ୍‌ର ଅଭାବ। ସାର୍ ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଅନ୍ୟ ୬୦ ଗୁରୁତର ରୋଗୀଙ୍କ ଜୀବନ ବିପଦରେ ରହିଥିବାରୁ ତୁରନ୍ତ ଅକ୍ସିଜେନ୍ ଯୋଗାଇବାକୁ ହସ୍ପିଟାଲ ପକ୍ଷରୁ ଅନୁରୋଧ କରାଯାଇଛି।

ହସ୍ପିଚାଲର ସୂଚନା ଅକ୍ସିଜେନ୍ ଯାହା ରହିଛି ତାହା ମାତ୍ର ୨ ଘଣ୍ଟା ଯିବ। ଭେଣ୍ଟିଲେଟରରେ ଥିବା ବାଇଲେବଲ୍ ଏୟାରଓ୍ୱେ ପ୍ରେସର୍ ଠିକ୍ ଭାବେ କାମ କରୁନାହିଁ। କିଛିଦିନ ପୂର୍ବରୁ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅନ୍ୟ ଡାକ୍ତରମାନେ ହୋମ୍ ଆଇସୋଲେସନରେ ରହିଥିଲେ। ଅଧିକାଂଶ ଡାକ୍ତର କରୋନା ଆକ୍ରାନ୍ତ ଚିକିତ୍ସାରେ ନିୟୋଜିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button