Breaking Newsଅପରାଧ

ଗଞ୍ଜା ଲଢ଼େଇ ପାଇଁ ବାଜିରେ ଲାଗିଛି ଟଙ୍କା

ବିଶାଖାପଟନମ : ମକର ସଂକ୍ରାନ୍ତି ପାଇଁ ଆୟୋଜିତ ଗଞ୍ଜା ଲଢ଼େଇକୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ବ୍ୟାନ କରିଛନ୍ତି। କିନ୍ତୁ ଏହି ୩ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗଞ୍ଜା ଲଢ଼େଇ ହୋଇଛି। ଏଥିରେ ଶହଶହ ଲୋକ ସାମିଲ ହୋଇଥିବା ଦେଖାଯାଇଛି। କୁହାଯାଉଛି ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ଗଞ୍ଜା ଲଢ଼େଇ ପାଇଁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା ବାଜି ଲଗାଯାଇଛି।

ଚଳିତ ବର୍ଷ କରୋନା କଟକଣା ପାଇଁ ଗଞ୍ଜା ଲଢ଼େଇକୁ ବାରଣ କରାଯାଇଛି। ହେଲେ ଗୋଦାବରୀ ଓ କ୍ରିଷ୍ଣା ଜିଲ୍ଲାରେ ସବୁଠାରୁ ଅଧିକ ଗଞ୍ଜା ଲଢ଼େଇ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଥିବ ବେଳେ ପଶ୍ଚିମ ଗୋଦାବରୀ ଓ ପୂର୍ବ ଗୋଦାବରୀ ଜିଲ୍ଲାରେ ବିଧାୟକ ରାମା ରାଜୁ ଓ ଜଗି ରେଡ୍ଡୀଙ୍କ ଗଞ୍ଜା ଲଢ଼େଇ ଉଦଘାଟନ କରିଥିବା ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ବିଧାୟକ ଯିବା ପରେ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବ୍ୟକ୍ତିମାନେ ଗଞ୍ଜାଙ୍କ ଗୋଡ଼ରେ ଛୁରୀ ବାନ୍ଧି ଲଢ଼େଇ ମଇଦାନକୁ ଓହ୍ଲାଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ହେଉଥିବା ଗଞ୍ଜା ଲଢ଼େଇ କାର୍ଯ୍ୟକ୍ରମ ଉପରେ ଚଢ଼ଉ କରି ୨୦ ହଜାର ଛୁରୀ ଜବତ କରିବା ସହିତ ଏକାଧିକ ଆୟୋଜକଙ୍କୁ ଗିରଫ କରିଛି।

ମତାମତ ଦିଅନ୍ତୁ ।

Back to top button