ଜାଲ୍ ସାର୍ଟିଫିକେଟ୍ ଦେଇ ବହିଷ୍କୃତ ହେଲେ ଶିକ୍ଷୟିତ୍ରୀ

ବ୍ରହ୍ମପୁର : ଜାଲ୍ ସାର୍ଟିଫିକେଟ୍ ଦେଇଥିବା ନକଲି ଶିକ୍ଷୟିତ୍ରୀ ନାଁରେ ଶିକ୍ଷା ବିଭାଗ ପାଟପୁର ଥାନାରେ ଏତଲା ଦେଇଥିଲା। ଶିକ୍ଷୟିତ୍ରୀ ଫେରାର ହୋଇଯିବାରୁ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।
ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ନେହୁରୁ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଥିଲେ ମନ୍ଦାକିନୀ ନାହାକ। କିନ୍ତୁ ସେ ଦେଇଥିବା ଯୁକ୍ତ ଦୁଇ ସାର୍ଟିଫିକେଟ୍ ନକଲି ବୋଲି କଟକ ବୋର୍ଡ ଦର୍ଶାଇଛି। ୨୦୧୨ ମସିହା ଠାରୁ ଚାକିରି କରୁଥିବା ମନ୍ଦାକିନୀ ୨୦୧୧ରେ ଯୁକ୍ତ ଦୁଇ ସାର୍ଟିଫିକେଟ୍ ଦେଇଥିଲେ। ରେଗୁଲାର ନିମନ୍ତେ ଓଟିଇଟି ପରୀକ୍ଷା ଦେବା ସହ ରେଗୁଲାର ନିମନ୍ତେ ଆବେଦନ କରିଥିବା ବେଳେ ଯୁକ୍ତ ଦୁଇ ସାର୍ଟିଫିକେଟ୍ ନକଲି ବୋଲି ସୂଚନା ମିଳିଥିଲା।