ଗଞ୍ଜାମ : ସହରାଞ୍ଚଳରେ ଅପରାହ୍ନ ୨ରୁ ସକାଳ ୫ଟା ଦୋକାନ ବଜାର ବନ୍ଦ

ବ୍ରହ୍ମପୁର : କରୋନା ସଂକ୍ରମଣକୁ ଦେଖି ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଏପରି କରିବାକୁ ଜିଲ୍ଲା ବ୍ୟବସାୟୀ ଓ ବୁଲା ବିକାଳୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ କରି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ଖବର ଅନୁଯାୟୀ ଗତ କିଛିଦିନ ଭିତରେ ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ବାହାରୁ ଶହଶହ ପ୍ରବାସୀ ଫେରିଥିବା କୁହାଯାଉଛି। ଏହାଛଡା ଜିଲ୍ଲାରେ କରୋନା ସଂକ୍ରମଣ ବଢିଚାଲିଥିବାରୁ ଜିଲ୍ଲାର ସଚେତନ ବ୍ୟବସାୟୀ ସଂଘ ଆଗୁଆ ସତର୍କତାମୂଳକ ପଦକ୍ଷେପ କରିଛି। କାରଣ ଗତବର୍ଷ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟାପକ ହୋଇଥିଲା। ସେହି ଅନୁଭୂତି ଆଧାରରେ ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button