ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ଯାତ୍ରାକୁ ଅନୁମତି

0

ଭଞ୍ଜନଗର : କୋଭିଡ କଟକଣା ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରାକୁ ଅନୁମତି ମିଳିଛି। ଏଥିପାଇଁ ପ୍ରଶାସନକୁ ଧନ୍ୟବାଦ ଜଣାଇଛି ଦଣ୍ଡନାଚ ଜିଲ୍ଲା କମିଟି।

ଖବର ଅନୁଯାୟୀ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଦଣ୍ଡରେ ୨୦୦ ଲୋକ ସାମିଲ ହୋଇ ପାରିବେ। ୨୦୦ଲୋକଙ୍କୁ ନେଇ ଦଣ୍ଡ ନାଚ ପରମ୍ପରା ଅନୁଯାୟୀ ପାରମ୍ପରିକ ଚଢେୟା ଚଢେୟାଣୀ ନାଚ ଓ ପୌରାଣିକ କଥା ବସ୍ତୁକୁ ନେଇ ନାଟକ ହୋଇପାରିବ। ବାହାର ଜିଲ୍ଲାରୁ କଳାକାର ବା ଅଭିନେତ୍ରୀ ଆସିପାରିବେ ନାହିଁ। ଏ ସମସ୍ତ ନିୟମକୁ ମାନିବା ପାଇଁ ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ସହମତି ପ୍ରକାଶ କରିଛି।

ସେହିପରି ଭଞ୍ଜନଗର ଉପଜିଲ୍ଲାପାଳ ଏହି ଦଣ୍ଡ ନାଚକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ନିୟମ ଜାରି କରିଛନ୍ତି। ଯାହା ହେବ ନାଚରେ, ସାଉଣ୍ଡ କମ ରହିବ, ମାନସିକ ଧାରୀ ଭକ୍ତଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦେବେ। କେବଳ ଦଣ୍ଡୁଆ ହିଁ ପଣା ଓ ପ୍ରସାଦ ସେବନ କରିବେ। ବାହାର ଲୋକ ସାମିଲ ହେବେନାହିଁ। ଏହି ନିୟମ ଖିଲାପ କଲେ ଦଣ୍ଡ କମିଟି ଦୋଷୀସାବ୍ୟସ୍ତ ହେବ ବୋଲି ସେ କହିଛନ୍ତିl

Leave A Reply

Your email address will not be published.