ଗଞ୍ଜାମରେ ୭ଦିନ ଧର୍ମାନୁଷ୍ଠାନ ବନ୍ଦ

0

ବ୍ରହ୍ମପୁର : ରାଜ୍ୟରେ କରୋନା ଗ୍ରାଫ ଉପରକୁ ଉଠୁଛି। ପ୍ରତ୍ୟେକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପାଇଁ ଜାରି ହୋଇଛି ଗାଇଡ୍ ଲାଇନ୍।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳଙ୍ଗେଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍ ଲାଇନ୍ ଅନୁଯାୟୀ ଆସନ୍ତା ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ। ଏଥିସହିତ ପର୍ଯ୍ୟଟନସ୍ଥଳୀ, ବ୍ରହ୍ମପୁର ରାମଲିଙ୍ଗେଶ୍ଵର ପାର୍କ, ଗୋପାଳପୁର, ସୁନାପୁର ବେଳାଭୂମି ଓ ଜିଲ୍ଲାର ସବୁ ପାର୍କ ବନ୍ଦ ରହିବ। ସେହିପରି ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ପାଳନ କରିବାକୁ ବାରଣ କରାଯାଇଛି। ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ପୁଣି ସରପଞ୍ଚଙ୍କ ସହଯୋଗ ଲୋଡିଥିବା ଜଣାପଡିଛି।

Leave A Reply

Your email address will not be published.