ଗଞ୍ଜାମ : ଆସନ୍ତାକାଲିଠାରୁ ମେ ୨ ଯାଏଁ ଦୋକାନ ବନ୍ଦ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସ୍କରେ କରୋନା ଚେନ୍ ଭାଙ୍ଗିବାକୁ ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ଆସନ୍ତାକାଲିଠାରୁ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଆସିକା ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଲୋକଙ୍କ ସୁବିଧା ପାଇଁ ହୋମ୍ ଡେଲିଭେରୀ ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।

ସେହିପରି ବ୍ରହ୍ମପୁର ସିଟି ମେଡିକାଲକୁ ତ୍ୟାଗପୂର୍ଣ୍ଣ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ କୋଭିଡ୍ ରୋଗୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଓ ଗର୍ଭବତୀ କୋଭିଡ୍ ସଂକ୍ରମିତଙ୍କ ପାଇଁ ୨୫ ଶଯ୍ୟା ରହିବ। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିତ୍ସା ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସିଟି ମେଡିକାଲରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ବହିଃ ଚିକିତ୍ସା ଓ ଆଇପିଡି ସେବା ବନ୍ଦ ରହିବ। ମେଡିକାଲକୁ ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟର୍ ଭାବେ ଘୋଷଣା କରାଯାଇ ୧୨୫ଟି ବେଡର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button