ଗଞ୍ଜାମରେ ଅପରାହ୍ନ ୪ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଲକ୍‌ଡାଉନ୍‌ ଓ ଅନ୍ୟ କଟକଣା ସମେତ ଜିଲ୍ଲାବାସୀ କରୋନା ନିୟମ ମାନୁଥିବାରୁ ସଂକ୍ରମଣ କମୁଛି। ଏହାସତ୍ତ୍ୱେ ମଧ୍ୟ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ବନ୍ଦ ରହିବ ଜିଲ୍ଲାର ସବୁ ପ୍ରବେଶ/ପ୍ରସ୍ଥାନ ପଥ। ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଶନିବାର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ୫- ସୁତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ଦୋକାନୀମାନେ ମାନିବେ। ଯଦି ଉଲଂଘନ କରନ୍ତି ଜରିମାନା ସହ ମାମଲା ରୁଜୁ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଯେଉଁ ଦୋକାନୀଙ୍କୁ ଖୋଲିବା ପାଇଁ କୁହାଯାଇଛି ସେମାନେ ସୋମବାର ଠାରୁ ଦୋକାନ ଖୋଲିପାରିବେ।

ସେ କହିଲେ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ କଟକଣା ରହିବ। କେବଳ ଜରୁରୀ କାଳୀନ ବ୍ୟବସ୍ଥା ଓ ପାସ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଅପରାହ୍ନ ୪ଟାରୁ ସକାଳେ ୫ଟା ଯାଏଁ କର୍ଫ୍ୟୁ ହେବ। ସାପ୍ତାହିକ ସଟ ଡାଉନ ଜାରି ରହିବ। ନିହାତି ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବାକୁ ସେ କହିଥିବା ବେଳେ ରୋଗକୁ ନ ଲୁଚାଇ ଦେହ ଖରାପ ହେଲେ ଡାକ୍ତରଙ୍କୁ ଦେଖାଇବାକୁ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।