ଗଞ୍ଜାମରେ ଧର୍ମାନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ମନା

0

ଗଞ୍ଜାମ : କରୋନା ସଂକ୍ରମଣ ବାଢୁଥିବାରୁ ଗଞ୍ଜାମରେ ଧର୍ମାନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଧାର୍ମିକ ପୀଠରେ ପ୍ରବେଶ ନିଷେଧ କରାଯାଇଛି। କେବଳ ପୂଜକମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରିପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସେହିପରି ଆସନ୍ତାକାଲିଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଧାର୍ମିକ ଅନୁଷ୍ଠାନ, ପାର୍କ, ସମୁଦ୍ର କୂଳ, ଖେଳ ପଡିଆ ଓ ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି।

Leave A Reply

Your email address will not be published.