Breaking Newsରାଜ୍ୟ
ଗଞ୍ଜାମରେ ସଟ୍ଡାଉନ୍ କଟକଣା ୩ ଦିନ କୋହଳ

ବ୍ରହ୍ମପୁର : କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଥିବା ସଟ୍ଡାଉନ୍ କଟକଣା ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି। ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସେ କହିଛନ୍ତି ଏହି ସମୟରେ ସକାଳ ୬ରୁ ଅପରାହ୍ନ ୪ଟା ଯାଏ ଲୋକମାନେ କିଣାକିଣି କରିପାରିବେ। ଏହାଛଡା ସେ ସତର୍କ କରାଇ ଦେଇଛନ୍ତି କଟକଣା କୋହଳ ହୋଇଥିବା ୩ ଦିନ ଆମେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଆଦି ନିରୀକ୍ଷଣ କରିବୁ। ଯଦି ଖିଲାପ ହୋଇଥିବା ନଜରକୁ ଆସେ ତେବେ ସଟଡାଉନ୍ ଆହୁରି କଡ଼ାକଡ଼ି ହେବ।