ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ଜବତ : ୪ ଗିରଫ

ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲାରୁ ସୁବଳୟା ଅଂଚଳଦେଇ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ବିଫଳ। ସୁବର୍ଣ୍ଣପୁର କାଶଲପୁରା ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଗଞ୍ଜେଇ ବୋଝେଇ ଟ୍ରକ୍‌କୁ ପୋଲିସ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

ଖବର ଅନୁଯାୟୀ ମାଫିଆମାନେ ଚୋରା ଗଞ୍ଜେଇକୁ ଟ୍ରକ୍‌ରେ ଭର୍ତ୍ତି କରି କାଶଲପୁରା ଜଙ୍ଗଲରେ ଲୁଚାଇ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢଉ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।